ନବୀନ ପଟ୍ଟନାୟକଙ୍କୁ ହରାଇଲେ ଲକ୍ଷ୍ମଣ ବାଗ
·2 years ago·1 min read

ଭୁବନେଶ୍ୱର: ମୂଳମୋଛ ହେଲା ବିଜେଡି। ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ପରାଜୟ ବରଣ କରିଛନ୍ତି। ପ୍ରଥମ ଥର ହାରିବାର ସ୍ୱାଦ ଚାଖିଲେ ନବୀନ। କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ହାରିଛନ୍ତି ନବୀନ । ଲକ୍ଷ୍ମଣ ବାଗ ୪୯୩୯ ଭୋଟରେ ନବୀନଙ୍କୁ ହରାଇଛନ୍ତି । ଦୀର୍ଘ ୨୫ ବର୍ଷ ସରକାରର ଏକଛତ୍ରବାଦ ଶାସକ ସାଜିଥିବା ନବୀନ ପଟ୍ଟନାୟକଙ୍କ ଅହଂଙ୍କାର ଖର୍ବ ହୋଇଛି।
ବର୍ତ୍ତମାନ ପୂର୍ବତମ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ନବୀନଙ୍କ ଅବସର ସମୟ ଆଣି ଦେଇଛି ବିଜେପି। ଓଡ଼ିଶାରେ ବିଜେପି ସରକାର ଗଢିବାକୁ ଯାଉଛି। ବଡ ପରିବର୍ତ୍ତନ ହେବାକୁ ଯାଉଛି ଓଡ଼ିଶାରେ। ତେବେ ଏତେ ବଡ ପରାଜୟ ନବୀନଙ୍କର ଏହା କେବଳ ଭିକେ ପାଣ୍ଡିଆନଙ୍କ ପାଇଁ। ବିଜେଡି ଆଜି ଧୂଳିସାତ୍ ହେବାକୁ ଯାଉଛି ଏହା ବି ପାଣ୍ଡିଆନଙ୍କ ପାଇଁ । ଏକଥା ବିଜେଡିର ତୁଙ୍ଗ ନେତାମାନେ କହିବା ଆରମ୍ଭ କରି ଦେଲେଣି।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: