Videos
|
Odisha

ବିଗୁଡୁଛି ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଗୁଡୁଛି ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା

 ଭୁବନେଶ୍ୱର:  ବିଗୁଡୁଛି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା। ହୃତଘାତର ଶିକାର ହେବା ପରେ ତାଙ୍କୁ ରାଜଧାନୀର ଏକ ପ୍ରାଇଭେଟ୍ ମେଡିକାଲରେ ଭର୍ତ୍ତି କରାଯାଇଛି।  ଗଲା ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଆଡମିଟ୍ କରାଯାଇଛି। 

ଏନେଇ ସୂଚନା ଦେଇଛନ୍ତି ଦାମଙ୍କ ପୁଅ ସମ୍ବିତ ରାଉତରାୟ। ତେବେ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଆଶୁ ଆରୋଗ୍ୟ ସହ ଦୀର୍ଘ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ବିଜେଡିର  ଜଣେ ଆଗଧାଡିର ନେତା ଡ.ଦାମୋଦର ରାଉତ।  ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଉପରୁ  ଜାନୁଆରି ୧ରେ  ନିଲମ୍ବନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ଥିବା ଦେଖିବାକୁ ମିଥିଲା ।  

ସୂଚନା ମୁତାବକ ୨୦୧୮ରେ ବିଜେଡିରୁ ନିଲମ୍ବନ ହୋଇଥିଲେ ଦାମୋଦର । ବ୍ରାହ୍ମଣ ବିବାଦକୁ ନେଇ ହରାଇଥିଲେ ମନ୍ତ୍ରୀପଦ । 2019ରେ ବିଜେପିରୁ ଟିକେଟ ପାଇ ଲଢି ନିର୍ବାଚନ ହାରିଥିଲେ ।  ଗତ କିଛିଦିନ ଧରି ଅସୁସ୍ଥତା କାରଣରୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦାମୋଦର ରାଉତ । ରାଜନୀତିରୁ ମଧ୍ୟ ଏକଦମ ଦୂରେଇ ଯାଇଥିଲେ ଦାମୋଦର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Chief Minister Naveen Patnaik has wished senior politician Damodar Raut a long and healthy life. | Argus News