Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ୍ଟାବାଞ୍ଜିରୁ  ନିର୍ବାଚନ ଲଢିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Manini Pattanayak
Browse all articles by Manini Pattanayak
·2 years ago·1 min read
କଣ୍ଟାବାଞ୍ଜିରୁ  ନିର୍ବାଚନ ଲଢିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଭୁବନେଶ୍ୱର:  ରାଜ୍ୟ ରାଜନୀତିରେ ଗୋଟିଏ ବଡ଼ ପ୍ରଶ୍ନ ଥିଲା କେଉଁଠୁ ଲଢିବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।  

କଣ୍ଟାବାଞ୍ଜିରୁ   ନିର୍ବାଚନ ଲଢିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।   ହିଞ୍ଜିଳି ସହ କଣ୍ଟାବାଞ୍ଜି ୨ଟି ଆସନରୁ  ନିର୍ବାଚନ ଲଢିବେ ନବୀନ। । ତେବେ ଏ ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ନବୀନ ବିଜେପୁରରୁ ଲଢିଥିଲେ ନବୀନ ପଟ୍ଟନାୟକ।  

୨୦୧୯ ଭଳି ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଆଜି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି । ଏହାପୂର୍ବରୁ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଆସନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନ ରଖିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored