Videos
|
Odisha

ରାୟଗଡ଼ାରେ ଅଜଣା ରୋଗରେ ମୃତ୍ୟୁ ଘଟଣାର କାରଣ ଖୋଜିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
ରାୟଗଡ଼ାରେ ଅଜଣା ରୋଗରେ ମୃତ୍ୟୁ ଘଟଣାର କାରଣ ଖୋଜିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରେୋ: ଏବେ ଆକ୍ସନ ମୋଡରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ରାୟଗଡା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଖବରକୁ ନେଇ ତଦନ୍ତ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଗଣମାଧ୍ୟମରେ କାଶୀପୁରରେ ଅଜଣା ରୋଗରେ ପଡି ଲୋକଙ୍କ ଜୀବନ ଯିବା ଖବର ବାଜିବା ପରେ ସରକାର ହସ୍ତକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟବିଭାଗକୁ ରାୟଗଡାର ଆଦିବାସୀ ଅଞ୍ଚଳରେ ଅଜଣା ରୋଗ ବ୍ୟାପିବା ପଛର କାରଣ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଜଣା ରୋଗ ବ୍ୟାପିଥିବା ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Minister ordered | Argus News