ପାଣ୍ଡିଆନଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖି କଣ୍ଢେଇ
·2 years ago·1 min read

ଅର୍ଗସ ବ୍ୟୁରୋ: ୨୫ ବର୍ଷ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ ଟଳମଳ । ଓଡ଼ିଶାରେ ମୋଦି ସୁନାମି ସହ ନବୀନ ଲୋକପ୍ରିୟତାର ହେଲା ଟକ୍କର । ନା ନବୀନଙ୍କ ଉପରେ ପାଣ୍ଡିଆନ ରହିବାରୁ ହାତ ଛାଡ଼ିବାକୁ ବାଧ୍ୟ ହେଲେ ଓଡ଼ିଆ ଭୋଟର । ୫୪ ବର୍ଷରେ ନବୀନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଯାତ୍ରା ୭୮ ବର୍ଷ ବୟସରେ ହେବ କି ଅନ୍ତ । ଏକଜିଟ୍ ପୋଲ୍ ଦେଇଛି ଅନେକାଂଶରେ ସଙ୍କେତ । ଏଥର ଓଡ଼ିଶାରେ ଷଷ୍ଠ ପାଳି ପରିବର୍ତ୍ତେ ହେବ ସତ୍ତା ପରିବର୍ତ୍ତନ
୧୯ ମସିହାରେ ଓଡ଼ିଆ ଲୋକ ମାନଙ୍କର ମତ ସ୍ପଷ୍ଟ ଥିଲା ଦିଲ୍ଲୀ ପାଇଁ ମୋଦି ଓଡ଼ିଶା ପାଇଁ ନବୀନ ।ମାତ୍ର ଏଥର ଦିଲ୍ଲୀରେ ମୋଦି ଆଉ ଓଡ଼ିଶାରେ ବି ମୋଦି ଚାହୁଁଛନ୍ତି ଲୋକ । ପ୍ରକାଶିତ ବୁଥ୍ ବାହୁଡ଼ା ମତ ଦେଇଛି ଅନେକାଂଶରେ ସଙ୍କେତ । ଅଣଓଡ଼ିଆ ପାଣ୍ଡିଆନଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖି କଣ୍ଢେଇର ଅଭିଯୋଗ ସତ ବୋଲି ଗ୍ରହଣ କରିନେଲେ କି ଓଡ଼ିଶାବାସୀ। ଜାଗି ଉଠିଲା କି ଓଡ଼ିଆ ସ୍ବାଭିମାନ, ସଂସ୍କୃତି ଓ ଅସ୍ମିତାର ଆତ୍ମ ଅଭିମାନ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: