Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡାରେ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ 

Manini Pattanayak
Browse all articles by Manini Pattanayak
·2 years ago
ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡାରେ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ 

 ଭୁବନେଶ୍ୱର:  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡା ଗଜପତିରେ ନିର୍ବାଚନୀ ପ୍ରଚାର କରିବେ । କୋରାପୁଟରେ ଜନସଭାକୁ ସମ୍ବୋଧିତ କରିବା ପରେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ସୀମାରେ ଥିବା କୋଟିଆକୁ ଭୁଲି ଯାଇଛନ୍ତି । ସୀମାରେ ଥିବା ଅଂଚଳ ପ୍ରତି ନାହିଁ ଦରଦ ।

ସେପଟେ ନବରଙ୍ଗପୁରରେ ନିର୍ବାଚନ ପ୍ରଚାର ପୂର୍ବରୁ ଇନ୍ଦ୍ରାବତୀ ସମସ୍ୟା ନେଇ ଜନସାଧାରଣ ଉଠାଇଛନ୍ତି ପ୍ରଶ୍ନ । ରାୟଗଡାରେ ଟିକିରିର ମୁସୁରିପଲ୍ଲାର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା କାର୍ଯ୍ୟକମ ରହିଛି। କିନ୍ତୁ ରାୟଗଡାରେ ଲକ୍ଷ୍ମୀ ମାଝି ପରିବାରକୁ ଏପର୍ଯ୍ୟନ୍ତ ମିଳିନି ନ୍ୟାୟ । ଗଜପତିରେ ମଧ୍ୟ ଅନେକ ସମସ୍ୟା ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅନେକ ପ୍ରସଙ୍ଗ ଉଠିପାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister will campaign in Koraput, Nabarangpur, Rayagada today | Argus News