Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

Smruti Parija
Browse all articles by Smruti Parija
·2 years ago·1 min read
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବାଦ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ । କାଳିଆରେ 46 ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ୍‌ କିଷାନରେ ମାତ୍ର 31 ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ବୈଠକ ପରେ ଏ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସବଡିଭିଜନ ସ୍ତରରେ 58ଟି ଶୀତଳ ଭଣ୍ଡାର ନିର୍ମାଣ ହେବ ବୋଲି କହିଛନ୍ତି CM । 

କୃଷି ବିଭାଗ ବୈଠକ ପୂର୍ବରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ମା ପାଇଁ ଗଛଟିଏ' କାର୍ଯ୍ୟକ୍ରମରେ ଯୋଗ ଦେଇ ଚାରା ରୋପଣ କରୁଥିଲେ । ଏହା ପୂର୍ବରୁ ପୁରୀରେ ମୁଖ୍ୟମନ୍ତ୍ରୀରେ ପହଞ୍ଚି ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ । ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହ ମିଶି ବଡ଼ଦାଣ୍ଡରେ ସଫେଇ କରିଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister's big announcement after review of agriculture department | Argus News