Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପାଲଟିଛି ଦାଦନ ଗଡ଼

Odisha

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପାଲଟିଛି ଦାଦନ ଗଡ଼

Manini Pattanayak
Browse all articles by Manini Pattanayak
·2 years ago·2 min read
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପାଲଟିଛି ଦାଦନ ଗଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପାଲଟିଛି ଦାଦନ ଗଡ଼ । ବାହାର ରାଜ୍ୟରେ ଖଟୁଛନ୍ତି ଗଞ୍ଜାମର 7 ଲକ୍ଷରୁ ଅଧିକ ଲୋକ । ଗତ 5 ବର୍ଷରେ କେବଳ ଖଲ୍ଲିକୋଟ ଅଞ୍ଚଳକୁ ଫେରିଛି 50ରୁ ଅଧିକ ଦାଦନଙ୍କ ମୃତଦେହ । ନବୀନଙ୍କ ନିଜ ନିର୍ବାଚନମଣ୍ଡଳୀରେ ତ ସ୍ଥିତି ଅସମ୍ଭାଳ । ହିଞ୍ଜିଳିର ଦାଦନ ହିସାବ ନେଇ ଶ୍ବେତପତ୍ର ଦାବି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସାଧାରଣ ସଭାରେ ସ୍ପଷ୍ଟୀକରଣ ଦେବେ କି 24 ବର୍ଷର ମୁଖ୍ୟମନ୍ତ୍ରୀ ।  ସବୁ ଘରେ କବାଟ ବନ୍ଦ। ସବୁ ଘରେ ପଡ଼ିଛି ତାଲା। ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ସାରୁ ଗାଁ। ଇଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀର ଚିତ୍ର । କଥା ହେଲା ଏ ସବୁ ଘରେ କେହି ନାହାନ୍ତି । ଏଠି ବେରୋଜଗାର ସମସ୍ୟା ଅତି ଉତ୍କଟ ପରିବାରର ସମସ୍ତେ ଘରେ ତାଲା ପକାଇ ଦାଦନ ଖଟିବା ପାଇଁ ଯାଇଛନ୍ତି ବାହାର ରାଜ୍ୟକୁ ।  ହିଞ୍ଜିଳି ଭଳି ଗଞ୍ଜାମର ଆଉ ଏକ ନିର୍ବାଚନମଣ୍ଡଳୀ ଖଲ୍ଲିକୋଟରେ ବି ଦାଦନ ସମସ୍ୟା ସାଂଘାତିକ। ପରିସଂଖ୍ୟାନ ଅନୁସାରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର 50 ହଜାରରୁ ଅଧିକ ଲୋକ ଭୋଗୁଛନ୍ତି ଦାଦନ ଦୁର୍ଦ୍ଦଶା। ପେଟ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଆଉ ଶବ ହୋଇ ଫେରୁଛନ୍ତି। ଗତ ବର୍ଷ ବର୍ଷରେ କେବଳ ଖଲ୍ଲିକୋଟ ଅଞ୍ଚଳକୁ ଆସିଛି 50ରୁ ଅଧିକ ଦାଦନଙ୍କ ମୃତଦେହ । 

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ଏହି ଜିଲ୍ଲାରୁ ଗତ ଅଢ଼େଇ ଦଶନ୍ଧି ଧରି ପ୍ରତିନିଧିତ୍ବ କରିଆସୁଛନ୍ତି ନବୀନ। କିନ୍ତୁ 24 ବର୍ଷ ଭିତରେ ଗୋଟିଏ ବି ବଡ଼ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି । ଫଳରେ ଗଞ୍ଜାମ ଜିଲ୍ଲାରୁ 7 ଲକ୍ଷରୁ ଅଧିକ ଲୋକ ଏବେ ବାହାର ରାଜ୍ୟରେ ଦାଦନ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ । ସବୁଠୁ ବେଶୀ ଯନ୍ତ୍ରଣା ଭୋଗୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ହିଞ୍ଜିଳିର ଲୋକେ। ଅନ୍ୟପଟେ ହିଞ୍ଜିଳିକୁ ବିକାଶର ମଡେଲ୍ କହୁଥିବା ନବୀନଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିକାଶମାନେ କଣ  ଉତ୍କଟ ବେରୋଜଗାର, ଦାଦନ ଖଟିବାକୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଯିବା କଣ ବିକାଶ। ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି, ମୁଖ୍ୟମନ୍ତ୍ରୀ ତାର ଶ୍ବେତପତ୍ର ପ୍ରକାଶ କରିବେ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର।  ରାଜ୍ୟରେ ଅପାର ସମ୍ଭାବନା ସତ୍ବେ ଲୋକଙ୍କୁ ନିଯୁକ୍ତି ଦେବାରେ ବିଫଳ 24 ବର୍ଷର ସ୍ଥିର ସରକାର। ଅନ୍ୟପଟେ ରୂପାନ୍ତରଣ ନାଁରେ ଚଳାଇଛନ୍ତି ରୀତୀମତ ମିଛ ପ୍ରଚାର। ଏ ନେଇ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର, କହିଛନ୍ତି ରୂପାନ୍ତରଣ ନାଁରେ ପଳାୟନରେ ଓଡ଼ିଶାକୁ ଏକ ନମ୍ବର କରିଛନ୍ତି ନବୀନ।  
 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister's district has become Dadangarh | Argus News