Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରକୁ ପ୍ରଗତିର ପ୍ରୟୋଗଶାଳା ପାଇଁ ଯୋଜନା

Ritu Das
Browse all articles by Ritu Das
·1 year ago·3 min read
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରକୁ ପ୍ରଗତିର ପ୍ରୟୋଗଶାଳା ପାଇଁ ଯୋଜନା

ଅର୍ଗସ ବ୍ୟୁରୋ: ଶିଳ୍ପ - ପୁଞ୍ଜିନିବେଶ - ନିଯୁକ୍ତି । ବିକଶିତ ଓଡିଶା ଗଠନ ପାଇଁ ମୋହନ ସରକାରଙ୍କ ସଂକଳ୍ପ । ଶିଳ୍ପ ସମୃଦ୍ଧ ହେବ ଓଡିଶା, ଆଉ ରହିବିନି ବେକାରୀ । ନିଜ ମାଟିରେ ରୋଜଗାର ପାଇବ ଓଡ଼ିଆ ପୁଅ । ଶିଳ୍ପ ବିଭାଗର ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନରକାରୀ କ୍ଷେତ୍ର ଗୁଡିକ ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ଆଗାମୀ ୫ ବର୍ଷରେ ରାଜ୍ୟରେ 3 ଲକ୍ଷ 50 ହଜାର ନିଯୁକ୍ତି ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଓଡିଶାରେ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ର ଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି । ତେଣୁ ଏ ସବୁ କ୍ଷେତ୍ରରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ତିଆରି କରିଛନ୍ତି ରୋଡ ମ୍ୟାପ । ଏଥିପାଇଁ ଓଡିଆ ଉଦ୍ୟୋଗୀ ମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବେ ସରକାର । 

କେନ୍ଦୁଝରକୁ ଷ୍ଟିଲ ଉତ୍ପାଦନର ହବ୍ କରିବା ପାଇଁ ବଡ ଯୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେଡି ୨୪ ବର୍ଷର ଶାସନରେ କେନ୍ଦୁଝରରୁ ହୋଇଛି ବ୍ୟାପକ ଖଣି ଉତ୍ତୋଳନ । ମାଫିଆଙ୍କ ସହ ମିଶି ଖଣି ଲୁଟ କଲେ ତତ୍କାଳୀନ ସରକାର । ଆଉ ଅଧିକାଂଶ ଅଞ୍ଚଳକୁ ସଜାଇଦେଲେ ଭୋକର ଭୂଗୋଳ । ନୀରିହ, ଗରିବ, ଲୋକଙ୍କୁ ବିଜେଡିର ମାଫିଆ ସରକାର ଦିନ ଦ୍ୱିପହରରେ କଲେ ଲୁଟ୍ ।

24 ବର୍ଷ ବିଜେଡି ସରକାର ରହିବା ପରେ ମଧ୍ୟ ଖଣିଜ ସମ୍ପଦ ସମୃଦ୍ଧ ଜିଲ୍ଲାର ମାନ୍ୟତା ପାଇଥିବା କେନ୍ଦୁଝର ଜିଲ୍ଲାରେ ଏ ପର୍ଯ୍ୟନ୍ତ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପିତ ହୋଇପାରିନାହିଁ । ତେବେ 54 ଦିନର ମୋହନ ସରକାର ଏବେ କେନ୍ଦୁଝର ପାଇଁ ଆକ୍ସନ ମୁ଼ଡରେ । ଜିଲ୍ଲାରେ ଖଣିଜ ସମ୍ପଦ ସହ ଜମି, ଜଳ, ବିଦ୍ୟୁତ, ଯୋଗାଯୋଗ ଭଳି ସବୁ ଆନୁଷଙ୍ଗିକ ଭିତ୍ତିଭୂମିର ସୁବିଧା ମଧ୍ୟ ରହିଛି । ତେଣୁ ସେଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 
ମୋହନ ମାଝୀଙ୍କ ଜନ୍ମ ଗରିବ ଆଦିବାସୀ ପରିବାରରେ । ତାଙ୍କ ବାପା ବଡ ଶିଳ୍ପପତି, ବଡ ପାଇଲଟ୍ ବା ବଡ ରାଜ ନେତା ନଥିଲେ । ସେ ଥିଲେ ସମାଜର ସବୁଠୁ ତଳପାହଚର ଲୋକ ।

ମୋହନ ମାଝୀଙ୍କ ମା ଓଡିଶାର ଲକ୍ଷଲକ୍ଷ ପରିବାରର ମହିଳାଙ୍କ ପରି ଦୁଃଖକଷ୍ଟ ଭୋଗୀ, ବିଲ ବାଡିରେ କାମ କରି, ଗାଈ ରଖି , ଗୁହାଳ ପୋଛି, କ୍ଷୀର ବିକି ନିଜର ମେହନତର ପଇସାରେ ପିଲାଙ୍କୁ ବଢାଇଥିଲେ । ତେଣୁ ପର ଘରେ ବାସନ ମାଜୁଥିବା, ବିଲବାଡିରେ କାମ କରୁଥିବା, ମୁଣ୍ଡରେ ଟୋକେଇ ଥୋଇ ବାରଘର ବୁଲି ଜିନିଷ ବିକୁଥିବା, ଗାଈ ରଖୁଥିବା, ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା, ଗୋବର ଚକଟୁଥିବା, ଘଷି ପାରୁଥିବା ମା ଭଉଣୀ ମାନଙ୍କର ହୃଦୟର ପ୍ରତିନିଧି ହୋଇପାରିବେ ମୋହନ ମାଝୀ ବୋଲି ସାଧାରଣରେ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ସରକାର ସମୟରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶ ବୁଲିଥିଲେ ନବୀନ ଓ ପାଣ୍ଡିଆନ । ସରକାର ବିଦେଶୀ ନିବେଶକଙ୍କୁ ଶିଳ୍ପାୟନ ଲାଗି ଆମନ୍ତ୍ରଣ କରିବାକୁ ଦୁବାଇ, ସିଙ୍ଗାପୁର, ଚୀନ, ଜାପାନ, ଇଟାଲୀ, ଜର୍ମାନୀ ଓ ସାଉଥକୋରିଆ ପରି ବିଭିନ୍ନ ଦେଶରେ ରାଜ୍ୟ ସରକାର ବଡ ବଡ ବୈଠକ, ରୋଡ୍ ସୋ କରିବା ସହ ବଡ ବଡ ବିଜ୍ଞାପନ ବି ଦେଇଥିଲେ । ଏତେ ସବୁ ପରେ ବି ବିଦେଶ ପୁଞ୍ଜିନିବେଶରେ ଏଭଳି ସ୍ଥିତି ହିଁ ବୟାନ କରୁଛି ଏହା କେବଳ ପ୍ରଚାରରେ ସୀମିତ ଥିଲା । 

ପାଣି ଭଳିଆ ପଇସା ସିନା ଖର୍ଚ୍ଚ ହେଲା କିନ୍ତୁ ପୁଞ୍ଜିନିବେଶ ଆସିଲା ନାହିଁ । ତେବେ ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ୨୦୧୬ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୮୯ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଆବେଦନ ଆସିଥିବା ବେଳେ ୬୭୪ଟି ପ୍ରକଳ୍ପ ସିଙ୍ଗିଲ ୱିଣ୍ଡୋ ଅଥରିଟି ଦ୍ୱାରା ଅନୁମୋଦନ ପାଇଛି। ସେଥି ମଧ୍ୟରୁ ୩୫୨ଟି ପ୍ରକଳ୍ପକୁ ଜମି ହସ୍ତାନ୍ତର କରାଯାଇଛି । ଏତଦ୍‌ ବ୍ୟତିତ ୧୮୩ଟି ପ୍ରକଳ୍ପ ଶିଳ୍ପ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି । ୭୪ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି । ସେହିପରି ରାଜ୍ୟରେ ୧୨ଟି ବୈଦେଶିକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି । ୪୧ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Chief Minister's | Argus News