Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Odisha

ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା। ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ମରାମତି ନିମନ୍ତେ ୧,୨୦,୦୦୦ ଟଙ୍କା, ଆଂଶିକ ଭାବେ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦  ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦  ଟଙ୍କା, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦  ଟଙ୍କା ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩୦୦୦  ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ପରିବାରଙ୍କର ବାସଗୃହ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲେ କିମ୍ବା ୨ ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦  ଟଙ୍କା ଓ ବାସନ କୁସନ ପାଇଁ ୨୫୦୦  ଟଙ୍କା ଆର୍ଥିକ ସହାୟତାରାଶି ଯୋଗାଇ ଦିଆଯିବ ।

କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ଫସଲ/ଉଦ୍ୟାନ କୃଷି କ୍ଷୟକ୍ଷତିର ଭରଣା ନିମନ୍ତେ ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮,୫୦୦  ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦  ଟଙ୍କା ଓ ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦  ଟଙ୍କା ଆର୍ଥିକ ସହାୟତାରାଶି ପ୍ରଦାନ କରାଯିବ । ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ବର ଗସ୍ତ କରିଥିଲେ । ବନ୍ୟା ସମୟରେ ବିପନ୍ନଙ୍କ ତ୍ବରିତ ଉଦ୍ଧାର କାର୍ଯ୍ୟ ନିମନ୍ତେ ୮ ଟି ଅଗ୍ନିଶମ ବାହିନୀ, ୩ ଟି ODRAF ଟିମ୍ ଓ ଗୋଟିଏ NDRF ଟିମ୍ ନିୟୋଜିତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister's Relief Announcement for balasore Flood Victims | Argus News