Videos
|
Odisha

ବାତ୍ୟା `ଦାନା'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Ritu Das
Browse all articles by Ritu Das
·1 year ago·1 min read
ବାତ୍ୟା `ଦାନା'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଓଡ଼ିଶା ମୁଁହା ହୋଇଥିବା ବାତ୍ୟା ଦାନା ଲ୍ୟାଣ୍ଡ ଫଲ ପାଇଁ କିଛି ସମୟ ବାକି। ସମ୍ପୃକ୍ତ ଜିଲ୍ଲାରେ ଥିବା ଜିଲ୍ଲପାଳ ଓ ବରିଷ୍ଠ IAS ଙ୍କୁ ଜିଲ୍ଲା କୁ ପଠା ଯାଇଛି। ଆଜି vc ମାଧ୍ୟମ ରେ କଥା ହୋଇ ସନ୍ତୋଷ ଜନକ ରିପୋର୍ଟ ଆସିଛି। 11 ଜିଲ୍ଲା କ୍ଷତି ହେବ ଉକ୍ତ ଜିଲ୍ଲାର 38 ବ୍ଲକ ର 1653 ପଞ୍ଚାୟତ ଓ 9 ପୌରାଞ୍ଚଳ ରେ 3 ଲକ୍ଷ 62 ହଜାର କୋକଙ୍କୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ସୁଦ୍ଧା 3 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। 

ଗାଈଗୋରୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି। ସ୍ଥାନାନ୍ତରିତ କରିବା ବଡ଼ କାର୍ଯ୍ୟ ଥିଲା। ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତିର ଆଉ କିଛି ସମୟ ମଧ୍ୟ ରେ ସରିବ। 7285 ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। 842 ଟି ବହୁ ମୁଖି, 6043 ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। 2 ହଜାର 338 ଗର୍ଭବତୀ ଙ୍କୁ ମେଡିକାଲ ସ୍ଥାନାନ୍ତିର ହୋଇଛି। ବାତ୍ୟା ମୁକାବିଲା ପାଇଁ NDRF 19,ଓଡ୍ରାଫ 51,ଅଗ୍ନିଶମ 220 ଓ 158 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। 

ଗାଁ ରେ ପୋଲିସ ପାଟ୍ରୋଲିଙ୍ଗ ହେଉଛି। ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି। ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି। ବାତ୍ୟା ଲ୍ୟାଣ୍ଡ ପଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ଅଛି। 11 ଟି ଜିଲ୍ଲାକୁ ସଚିବ ସ୍ତରୀୟ IAS ମାନେ ପ୍ରଭାବିତ ଜିଲ୍ଲାର ଗାଁ କୁ ଯାଇ ତଦାରଖ କରୁଛନ୍ତି। କେନ୍ଦ୍ର ର ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ପ୍ରସ୍ତୁତ ଅଛି। କେନ୍ଦ୍ର କ୍ୟାବିନେଟ ବସିଥିଲା ପ୍ରଧାନମନ୍ତ୍ରୀ ବାତ୍ୟା ଦନାକୁ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯାହା ଆବଶ୍ୟକ ତୁରନ୍ତ ଯୋଗାଇଦେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର