Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମବାୟ ସପ୍ତାହରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସମବାୟ ସପ୍ତାହରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

Key Points

  • ସମବାୟ ସପ୍ତାହରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ
  • ଚାଷୀଙ୍କୁ ଶୋଷଣ କଲେ ପଠାଯିବ ଜେଲ୍
  • ସମବାୟ ଦୁର୍ନୀତି ନେଇ ପୂର୍ବ ସରକାରର ପୋଲ ଖୋଲିଲେ ମୋହନ
  • କୋପରେସନକୁ କରପସନରେ ପରିଣତ କରିଥିଲା ପୂର୍ବ ବିଜେଡି ସରକାର
  • ଖାଲି କଥାରେ ନୁହେଁ, କାମରେ ବି ହେଉଛି ଦୁର୍ନୀତି ଦମନ
  • ଦୁର୍ନୀତି ଅଭିଯୋଗରେ ଗରଫ ହୋଇଛନ୍ତି ନୟାଗଡ ନୋତର ସମବାୟ ସମିତିର ପୂର୍ବତନ ସମ୍ପାଦକ
  • ବନ୍ଧା ହେବେ କି ପୂର୍ବତନ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ବଡ ଭାଇ ?
     

ଅର୍ଗସ ବ୍ୟୁରୋ:  ସମବାୟ ସପ୍ତାହ ପାଳନ ଅବସରରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ । କହିଛନ୍ତି, ଚାଷୀଙ୍କ ସ୍ବାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ଗତ ସରକାରରେ ଚାଷୀଙ୍କୁ ଅନ୍ୟାୟ ଓ ଶୋଷଣ କରାଯାଇଛି । କୋପରେଟିଭ ସଂସ୍ଥାକୁ କରପସନ ସଂସ୍ଥାରେ ପରିଣତ କରିଥିଲେ ପୂର୍ବ ବିଜେଡ଼ି ସରକାର ।  କେମିତି ଦୁର୍ନୀତି ଯୁକ୍ତ ବିଭାଗରୁ ଦୁର୍ନୀତି ବନ୍ଦ କରି ସେବା ଦିଆଯିବ । ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଯେଉଁ ମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ । ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ କ୍ଷମା ନୁହେଁ, ଜେଲ ପଠାଯିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନିତୀର ତଦନ୍ତ ହୋଇ ଦୋଷୀଙ୍କ ଗିରଫ କରାଯିବ କହିଛନ୍ତି ସମବାୟ ମନ୍ତ୍ରୀ ।

ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଥିଲେ ବିଜେଡ଼ି ସରକାର, ଆକ୍ସନ ନେଲେ ବିଜେପି ସରକାର ।  ଚାଷୀଙ୍କ ନାଁରେ ଜାଲିଆତି କରି ୧ କୋଟି ୧୪ ଲକ୍ଷ ଟଙ୍କାର ଋଣ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ନୟାଗଡ଼ ନୋତର ସୋସାଇଟିର ପୂର୍ବତନ ସମବାୟ ସମିତି ସମ୍ପାଦକ ଆଶିଷ କୁମାର ପ୍ରଧାନ । ୨୦୨୨ରେ ପ୍ରାୟ ୧୨୦ ଚାଷୀଙ୍କ ନାମରେ ଋଣ ଜାଲିଆତି କରିଥିବା ନେଇ ଆଶିଷଙ୍କ ନାଁରେ ଅଭିଯୋଗ ହୋଇଥିଲା । କେଉଁଠି ମୃତ ଚାଷୀ ତ କେଉଁଠି ଜାଲ ଚାଷୀଙ୍କ ନାମରେ ଠକେଇ ହୋଇଥିଲା । ଆଶିଷଙ୍କ ସମେତ ବହୁ ବଡ଼ ବଡ଼ ଅଧିକାରୀ ଏଥିରେ ସମ୍ପୃକ୍ତ ରହିଥିବା ଅଭିଯୋଗ ଆସିଥିଲା । ହେଲେ ଦୀର୍ଘ ୨ ବର୍ଷ ଧରି ଦୁର୍ନୀତି ଗ୍ରସ୍ତକୁ ସୁରକ୍ଷା ଦେଉଥିଲେ ବିଜେଡ଼ି ସରକାର ।

ଓଡିଶା ସାରା ବିଜେଡି ସରକାର ବେଳେ ସମବାୟ ବିଭାଗ ପାଲଟିିଥିଲା ଦୁର୍ନୀତିର ଗନ୍ତାଘର । ଖୋଦ୍ ପୂର୍ବତନ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନାଁରେ ଆସିଥିଲା ଦୁର୍ନୀତିର ବଡ ଅଭିଯୋଗ । ରାଜା ସ୍ଵାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀ ଆଠଗଡର ଗୁରୁଡିଝାଟିଆ ସମବାୟ ସମିତିରେ ଚାଷୀଙ୍କ ନାଁରେ ହୋଇଥିଲା ବଡ ଋଣ ଜାଲିଆତି । ଯେଉଁଥିଲେ ଖୋଦ୍ ପୂର୍ବତନ ମନ୍ତ୍ରୀ ରାଜା ସ୍ଵାଇଁ ଏବଂ ସେତେବେଳେ ଅଧ୍ୟକ୍ଷ ଥିବା ତାଙ୍କ ବଡ ଭାଇ ଏଥିରେ ସଂପୃକ୍ତ ଥିବା ଅଭିଯୋଗ ନେଇ ଆଠଗଡ ଠାରୁ ବିଧାନସଭା ଯାଏଁ ତୁମ୍ଭିତୋଫନ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ  ବିଜେଡି ସରକାର ଛୋଟ ମାଛଙ୍କୁ ଧରି ବଡ ବଡିଆଙ୍କୁ ଛାଡି ଦେବା ନେଇ ଆସିଥିଲା ସଂଙ୍ଗୀନ ଅଭିଯୋଗ । ଖାଲି ଏତିକି ନୁହେଁ, ଏରସମା, ଯୋଡମୁ, ଦାହୁଁଦା, ପଣପଣା ସମବାୟ ସ୍କାମ ମଧ୍ୟ ପୂର୍ବ ସରକାରକୁ କାଠଗଡାକୁ ଟାଣିଥିଲା । ହଜାର ହଜାର ଚାଷୀଙ୍କ ନାଁରେ ଟଙ୍କା ଉଠାଇ ଚଳୁ କରିଦେଇଥିଲେ ବିଜେଡି ନେତା ଓ ଅଫିସର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Chief Minister's stern warning to the corrupt during the co-operative week | Argus News