Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଶହରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିଜ ଗ୍ରାମକୁ ଗସ୍ତ

Ritu Das
Browse all articles by Ritu Das
·1 year ago·2 min read
ଦଶହରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିଜ ଗ୍ରାମକୁ ଗସ୍ତ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଦ୍ଵିତୀୟ ଦିନର ଗସ୍ତ କାର୍ଯ୍ୟକ୍ରମରେ ପ୍ରଥମେ ନିଜ ଗାଁ ରାଇକଳାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୁଖ୍ୟମନ୍ତ୍ରୀ ହେବା ପରେ ଦଶହରା ଅବସରରେ ଏହା ଥିଲା ତାଙ୍କର ପ୍ରଥମ ରାଇକଳା ଗସ୍ତ । ଏଥିପାଇଁ ତାଙ୍କୁ ଗ୍ରାମବାସୀମାନେ ପାରମ୍ପରିକ ଶୈଳୀରେ ସ୍ବାଗଚ କରିଥିଲେ । ଗାଁ ରାସ୍ତାରେ ଝୋଟି ମୁରୁଜ ପକାଇ, ହଳଦୀ ପାଣିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀଙ୍କ  ଗୋଡ଼ ଧୋଇଥିଲେ। ମନ୍ତ୍ରପାଠ କରି ତାଙ୍କୁ ଘରକୁ ପାଛୋଟି ନେଇଥିଲେ । ଏହାପରେ ନିଜ ଘରେ ଦଶହରା ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦୁର୍ଗାପୂଜା ଅବସରରେ ମା ଦୁର୍ଗେ ଦୁର୍ଗତିନାଶିନୀଙ୍କ ନିକଟରେ ଓଡ଼ିଶାବାସୀଙ୍କର ଅଭିବୃଦ୍ଧି କାମନା କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ପାଇ ଖୁସିବ୍ୟକ୍ତ କରିଥିଲେ ରାଇକଳା ଗ୍ରାମବାସୀ ।

ନିଜ ଘରେ ଦଶହରା ପୂଜାର୍ଚ୍ଚନା ସାରି ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହି ପୂଜାମଣ୍ଡପ ଏବର୍ଷ ୫୧ ବର୍ଷ ପୂର୍ତ୍ତି ପାଳନ କରୁଛି । ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚି ଯଜ୍ଞରେ ଆହୁତି ଦେଇଥିଲେ । ସେଠାରେ ତାଙ୍କ ସହିତ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଉପସ୍ଥିତ ଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମାଦୁର୍ଗାଙ୍କୁ ପୁଷ୍ପହାର ପ୍ରଦାନ କରି ମାଙ୍କର ଆଶିଷ ଭିକ୍ଷା କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରା ହାଟ ପଡିଆ ସ୍ଥିତ  କଲ୍ୟାଣମଣ୍ଡପ ରେ ପ୍ରସାଦ ସେବନ କରିଥିଲେ। କିଛି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ମଧ୍ୟ ସେଠାରେ ସାରି ସୁନାରିପଶି ଠାରେ ଦୁର୍ଗାପୂଜା ମଣ୍ଡପରେ ଦର୍ଶନ ପାଇଁ ଯାତ୍ରା କଲେ। ସୁନାରି ପଶି ଦୁର୍ଗାପୂଜା ମଣ୍ଡପ ବୁଲିବା ସହିତ, ଦୁର୍ଗାପୂଜା ମହୋତ୍ସବରେ ଯୋଗ ଦେଇଥିଲେ । ଏହାପରେ  ସେ ଉଖୁଣ୍ଡା ଦୁର୍ଗାମଣ୍ଡପରେ ପହଞ୍ଚି ମାଙ୍କ ଆଶିଷ ଲାଭ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ଗସ୍ତର ଶେଷଦିନ ହୋଇଥିବା ବେଳେ, ସକାଳେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ । ଏହାପରେ ସର୍କିଟ ହାଉସରେ ମଧ୍ୟାହ୍ନଭୋଜନ କରିବେ । ପରେ ସେ ରାଇସୁଆଁ ଏୟାର ଷ୍ଟ୍ରିପରୁ ବିମାନ ଯୋଗେ ଭୁବନେଶ୍ଵର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Chief Minister's | Argus News