Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ଚର୍ଚ୍ଚାରେ ନଗଡା, ଅପପୁଷ୍ଟିରେ ଶିଶୁ ମୃତ୍ୟୁ

Odisha

ପୁଣି ଚର୍ଚ୍ଚାରେ ନଗଡା, ଅପପୁଷ୍ଟିରେ ଶିଶୁ ମୃତ୍ୟୁ

Smruti Parija
Browse all articles by Smruti Parija
·2 years ago·1 min read
ପୁଣି ଚର୍ଚ୍ଚାରେ ନଗଡା, ଅପପୁଷ୍ଟିରେ ଶିଶୁ ମୃତ୍ୟୁ

ଯାଜପୁର: ପୁଣି ନଗଡାରେ ଅପପୁଷ୍ଟିରେ ଶିଶୁ ମୃତ୍ୟୁ । ସୂଚନା ମୁତାବକ କିଛି ଦିନ ପୂର୍ବରୁ ତଳ ନଗଡାର ଗାଲେ ଓ ମଙ୍ଗଳୁ ଅପପୁଷ୍ଟିରେ ଶିକାର ହୋଇଥିଲେ । ଅପପୁଷ୍ଟି ଶିକାର ହେବା ପରେ ସୁକିନ୍ଦା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଯାଇଥିଲେ ଚିକିତ୍ସା ପାଇଁ ହେଲେ ଆସିନଥିଲେ । 

ସେହି ଅପପୁଷ୍ଟି ଶିଶୁ ନ ଆସିବା ପରେ ଶିଶୁର ଅବସ୍ଥା ଗୁରୁତର ହୋଇଥିଲା । ଶେଷରେ ପୁଷ୍ଟିହୀନତା ଶିଶୁର ଗତକାଲି ରାତ୍ରରେ ମୃତ୍ୟୁ ହୋଇଛି ବୋଲି ସୁକିନ୍ଦା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଏବେ ଶିଶୁ ଅପପୃଷ୍ଟିର ଶିକାର ହୋଇ  ମୃତ୍ୟୁବରଣ କରିଥିବା କଥା ଚର୍ଚ୍ଚାକୁ ଆସିଛି । ତେବେ ଏହି ଘଟଣାରେ ସରକାର ଓ ସ୍ଥାନୀୟ ବିଧାୟକ ପ୍ରୀତିରଞନ ଘଡେ଼ଇ ଓ ସ୍ୱାସ୍ଥ୍ୟ ବିଭାଗ ଅପାରଗତାରୁ ଶିଶୁ ଅପପୁଷ୍ଟି ମୃତ୍ୟୁ ହେଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । 

ଏଠାରେ ପ୍ରଶ୍ନବାଚୀ ଉଠୁଛି ରାଜ୍ୟ ସରକାର ଓ ସୁକିନ୍ଦା ବିଧାୟକ ଯିଏ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ କ'ଣ କରୁଛନ୍ତି । ଅପପୁଷ୍ଟିରେ ବାରମ୍ବାର ମୃତ୍ୟୁବରଣ କରିବା ସତ୍ତ୍ୱେ କାହିଁକି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
child death due to malnutrition-in-nagada | Argus News