ବେଣାପଞ୍ଜୁରି ଗାଁରେ ନାବାଳକ ହତ୍ୟା ଘଟଣା

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା -ଜଟଣୀ ଥାନା ବେଣାପଞ୍ଜୁରି ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକର ଶବ ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରହିଛି। ଏପଟେ ବେଣାପଞ୍ଜୁରୀ ଗ୍ରାମର ଗଡ ସାହିର ମୃତକଙ୍କ ଘରକୁ ଜଟଣୀ ପୋଲିସ ସିଲ୍ କରିଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛି। ଦୁଇ ଜଣକୁ ଅଟକ ରଖି ଜଟଣୀ ପୋଲିସ ତଦନ୍ତ ଜାରି ରଖିଛି। ଏନେଇ ଏବେ ଡିସିପି ପ୍ରତିକ ସିଂ ପ୍ରେସ ମିଟ କରି କହିଛନ୍ତି ମୃତ ନାବାଳକଙ୍କ ବାପା ଟ୍ୟୁଶନ କରୁଥିଲେ। ମୃତ ନାବାଳକଙ୍କ ବାପା ଟ୍ୟୁଶନ ଫି ମାଗିବାରୁ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ଦୁଇ ଜଣ ଛାତ୍ର ହତ୍ୟା କରିଥିବା ଡିସିପି କହିଛନ୍ତି।
ଯେଉଁ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି ମୃତକଙ୍କ ବାପାଙ୍କ ପାଖରେ ସେମାନେ ପାଠ ପଢୁଥିଲେ। ଏହି ଘଟଣାକୁ ନେଇ ପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି। ମୃତକ ସ୍ୱରୂପ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କୁ ବହୁ ଥର ଛୁରିରେ ଆକ୍ରମଣ କରାଯାଇଥିଲା। ଗ୍ରାମବାସୀ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର