Videos
|
Odisha

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଜିଲ୍ଲାରେ ଶିଶୁଙ୍କୁ ଅବହେଳା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଜିଲ୍ଲାରେ ଶିଶୁଙ୍କୁ ଅବହେଳା

ଅର୍ଗସ ବ୍ୟୁରୋ:  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଜିଲ୍ଲାରେ ଶିଶୁଙ୍କୁ ଅବହେଳା। କେନ୍ଦ୍ରରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ମୟୂରଭଞ୍ଜ ବେତନଟୀ ବ୍ଲକ୍ ଦହିକୋଟି ପଞ୍ଚାୟତ ଭ୍ରମରଗୋଳା ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି। କେନ୍ଦକୁ ଠିକ୍ ସମୟରେ ଅଙ୍ଗନବାଡି କର୍ମୀ ଆସୁଥିବା ବେଳେ ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହୋଇଛି।

ମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ଅଞ୍ଚଳବାସୀଙ୍କୁ ନିରାସ କରିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କେହି ସମସ୍ୟାର ସମାଧାନ କରୁ ନଥିବା ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ବେତନଟୀ ବ୍ଲକ୍ ସନ୍ତୋରା ପଞ୍ଚାୟତ ମୁରୁକୁଣ୍ଡି ଅଙ୍ଗନବାଡି କେନ୍ଦ୍ରରେ ସମାନ ପରିସ୍ଥିତି କୁ ନେଇ ଖବର ପ୍ରସାରଣ ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ଏହା ପ୍ରତି ପ୍ରଶାସନ ଦୃଷ୍ଟି ଦେଇନି ଆଉ ଏବେ ଭ୍ରମରଗୋଳା ଅଙ୍ଗନୱାଡି କେନ୍ଦ୍ରର ଅବ୍ୟସ୍ଥା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ରର ସୁଚାରୁରୁପତା ଉପରେ ପ୍ରଶ୍ନବାଚୀ ଶୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Child neglect in the district of the Minister of Women and Child Development | Argus News