Videos
|
Odisha

ସମ୍ବଲପୁରରେ ବୋରଓ୍ବେଲରେ ଶିଶୁ ଫଶିଥିବା ଘଟଣା

Ritu Das
Browse all articles by Ritu Das
·2 years ago·1 min read
ସମ୍ବଲପୁରରେ ବୋରଓ୍ବେଲରେ ଶିଶୁ ଫଶିଥିବା ଘଟଣା

ଅର୍ଗସ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି । ତେବେ ଏହା ଦୁର୍ଘଟଣା ନୁହେଁ ଅପରାଧ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରେସମିଟରେ କହିଛନ୍ତି। ଉଦ୍ଧାର ଶିଶୁ ଏବେ ବିପଦମୁକ୍ତ ଅଛି। ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ। ତେବେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ପ୍ରତିଟି ଜୀବନ ମୂଲ୍ୟବାନ। ଏଭଳି ଯେଉଁମାନେ କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। 

ତେବେ ଏଠି ପ୍ରଶ୍ନ ଗୋଟିଏ, ଆଜି ବି କଣ ଶିଶୁକନ୍ୟାଙ୍କ ପ୍ରତି ସମାଜରେ ଏଭଳି ମନୋଭାବ ରହିଛି । ସୃଷ୍ଟିର ପ୍ରକାରଭେଦ କଣ ? ପୁରୁଷ-ନାରୀ ପରା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ତେବେ କେମିତି ନିଜ ଜନ୍ମକଲା ପିଲା ପ୍ରତି ନିଷ୍ଠୁର ପାଲଟିଯାଆନ୍ତି ବାପା-ମାଆ ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Child trapped | Argus News