Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆବାସିକ ସ୍କୁଲରେ ଖାଦ୍ୟାଭାବରୁ ପିଲା ରୋଗାକ୍ରାନ୍ତ

Arpita Mohanty
Browse all articles by Arpita Mohanty
·2 years ago·1 min read
ଆବାସିକ ସ୍କୁଲରେ ଖାଦ୍ୟାଭାବରୁ ପିଲା ରୋଗାକ୍ରାନ୍ତ

ଅର୍ଗସ ବ୍ୟୁରୋ : ସ୍କୁଲରେ ପିଲାମାନଙ୍କୁ ଖାଦ୍ୟ ଦିଆଯାଉନାହିଁ । ଫଳରେ ଖାଦ୍ୟାଭାବର ଶିକାର ହୋଇ ପିଲାମାନେ ରୋଗାକ୍ରାନ୍ତ ହୋଇପଡ଼ୁଛନ୍ତି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ଶ୍ରୀରାମ ଆବାସିକ ସ୍କୁଲରୁ। କଳାହାଣ୍ଡି ଜିଲ୍ଲା କୁଲିହାପଡା ନିବାସୀ ଜିତେନ୍ଦ୍ର ମାଝୀଙ୍କ ଝିଅ ହେମାଙ୍ଗିନୀ କିଛି ଦିନ ଆଗରୁ ଅସୁସ୍ଥ ରହୁଥିଲେ । ଗତ ୨୧ ତାରିଖ ଦିନ ତାଙ୍କୁ ସ୍କୁଲରୁ ଘରକୁ ନେଇଯିବାକୁ କତ୍ତୃପକ୍ଷ ଫୋନ ଯୋଗେ ଜଣାଇଥିଲେ। ୨୫ ତାରିଖ ଦିନ ହେମାଙ୍ଗିନୀଙ୍କୁ ଭବାନୀପାଟଣା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ପରୀକ୍ଷା ପରେ ସେ ଖାଦ୍ୟ ଅଭାବର ଶିକାର ହୋଇଥିବା ଅନୁମାନ କରି ଡାକ୍ତର ତାଙ୍କୁ ବୁର୍ଲା ମେଡ଼ିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ୨୯ ତାରିଖ ସେଠାରେ ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଛି । ହେମାଙ୍ଗିନୀ ସୁସ୍ଥ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।

ଗୋଟିଏ ପଟେ ଖାଦ୍ୟଭାବ ଯୋଗୁଁ ହେମାଙ୍ଗିନୀ ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ଏହାକୁ ଅସ୍ବୀକାର କରିଛନ୍ତି ଆବାସିକ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ମିତା ଭୋଇ । ଉକ୍ତ ସ୍କୁଲରେ ପୂର୍ବରୁ ଜଣେ ଅନ୍ତେବାସୀର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାର ତଦନ୍ତ ହେଲେ ସବୁ ପର୍ଦ୍ଧାଫାସ ହେବ ବୋଲି କହିଛନ୍ତି । ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sick | Argus News