Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଙ୍ଗା ଦଦରା ଘରେ ଚାଲିଛି ଶିଶୁଙ୍କ ଭବିଷ୍ୟତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭଙ୍ଗା ଦଦରା ଘରେ ଚାଲିଛି ଶିଶୁଙ୍କ ଭବିଷ୍ୟତ

ଅର୍ଗସ ବ୍ୟୁରୋ:  ଶିଶୁ ହସିଲେ ଦେଶ ହସେ। ଶିଶୁର ମୂଳଦୁଆ ପଡେ ଅଙ୍ଗନବାଡି କେନ୍ଦ୍ରରୁ ହେଲେ ଯେଉଁଠି ପିଲା ମାନେ ବସିବା ପାଇଁ ସ୍ଥାୟୀ  ଘର ଖଣ୍ଡିଏ ନାହିଁ ପିଲାଙ୍କୁ ଭବିଷ୍ୟତ ବିଷୟରେ ପଚାରେ କିଏ। ଏ ହେଉଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ ଗାଁର କଲୋନୀ ପଡାର ଅଙ୍ଗନବାଡି କେନ୍ଦ୍ର । ଭଡା ଘରେ ଚାଲିଛି ପ୍ରାକ ଶିକ୍ଷାଦାନ , ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ଅନ୍ୟ ଘରେ  ପଢିବାକୁ ବାଧ୍ୟ ହେଉଛନ୍ତି ଛୋଟ ଛୋଟ ପିଲା ମାନେ। ସ୍ଥାୟୀ କେନ୍ଦ୍ର ଏବଂ ରୋଷୋଇ ଗୃହ ନଥିବାରୁ ଗୋଟିଏ ଅନ୍ୟ ଲୋକଙ୍କ ଘରେ ମାସକୁ ଭଡା ଦେଇ ଚାଲିଛି ଭବିଷ୍ୟତ ଗଢା । ଏପଟେ  ପ୍ରଶାସ କୁ କହି କହି ଥକି ଗଲେଣି ସ୍ଥାନୀୟ ଲୋକେ ହେଲେ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ଏହି କଲୋନୀ ପଡାରେ ପୂର୍ବରୁ ସ୍ଥାୟୀ ଅଙ୍ଗନୱାଡ଼ି କେନ୍ଦ୍ର ଥିଲା । ହେଲେ ବର୍ତମାନ ତାହା ଭଗ୍ନ ଅବସ୍ଥାରେ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।ସେହିପରି ଭଙ୍ଗା ଦଦରା ରୋଷେଇ ଘରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଛି । ବର୍ଷା ଦିନେ ସବୁବେଳେ ଛାତରୁ ପାଣି ଝରୁଥିବା ରୁ ରୋଷେଇ କରିବା ପାଇଁ ଅସୁବିଧା ହେଉଥିବା କହିଛନ୍ତି ଏହି ଅଙ୍ଗନୱାଡ଼ି ର ରୋଷେୟା ।  ସମସ୍ୟା ସଂପର୍କରେ ପଚାରିବାରୁ, ଦୁଇ ଲକ୍ଷ୍ୟ ଟଙ୍କାର ମରାମତି କରିବା ସହ ମନରେଗାରେ ଟଙ୍କା ଦେଇ ସେଠାରେ ଅଙ୍ଗନୱାଡ଼ି କେନ୍ଦ୍ର କରାଯିବ ବୋଲି କହିଛନ୍ତି କୋମନା ବିଡ଼ିଓ ହିତାନ୍ସୁ ଶେଖର ସାମଲ । ଏ କେଵଳ ତରବୋଡ କଲୋନୀ ପଡା ଗାଁ କଥା ତାହା ନୁହେଁ ଜିଲ୍ଲାରେ ଅନେକ ଅଙ୍ଗନବାଡି କେନ୍ଦ୍ର ଏମିତି ଅଧପାନ୍ତରିଆ ଅବସ୍ଥାରେ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Children's future is going on in broken homes | Argus News