Videos
|
Odisha

Life Jackets Mandatory / ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ଅଣ୍ଟା ଭିଡିଲେ ରାଜ୍ୟ ସରକାର,ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

Bikash Mohanty
Browse all articles by Bikash Mohanty
·4 months ago·2 min read
ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ଅଣ୍ଟା ଭିଡିଲେ ରାଜ୍ୟ ସରକାର,ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ
Chilika

Key Points

ଚିଲିକାରେ ନୌକା ଯାତ୍ରା ପାଇଁ କଡାକଡ଼ି ହେଲା ନିୟମ
ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍, ସବୁ ବୋଟରେ ଲାଇଫ୍ ବୁଏ ବାଧ୍ୟତାମୂଳକ
ନିୟମ ଉଲଂଘନ ବା ବ୍ୟତିକ୍ରମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

୦୫/୦୫,ଭୁବନେଶ୍ବର: ଚିଲିକାରେ ନୌକା ଯାତ୍ରା ପାଇଁ କଡାକଡ଼ି ହେଲା ନିୟମ। ଏଣିକି ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍, ସବୁ ବୋଟରେ ଲାଇଫ୍ ବୁଏ ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଚିଲିକା ହ୍ରଦରେ ନୌକା ଚାଳନା ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଓଡିଶା ନୌକା ଏବଂ ବିଭିନ୍ନ ପ୍ରକାର ଯାତ୍ରୀବାହୀ ବୋଟ, ନୌକା, ଡଙ୍ଗା ନିୟମ ୨୦୦୪ କୁ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା ପକ୍ଷରୁ ଲାଗୁ କରାଯାଇଅଛି ।

ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳବୈଶାଖୀ ଏବଂ ଘୂର୍ଣ୍ଣିବାତ୍ୟା ଘଟୁଛି । ଏହି ସମୟରେ ଚିଲିକା ହ୍ରଦରେ ଡଙ୍ଗା /ବୋଟ୍ ରେ ଯାଉଥିବା ସମୟରେ ଯାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି । ସେହିପରି ଆଗକୁ ଆସୁଥିବା ମୌସୁମୀ ବର୍ଷା ଋତୁ ଭିତ୍ତିକ ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ମାତ୍ରାରେ ରହିଛି । ଏପରି ସ୍ଥଳେ ଯାତ୍ରୀ ମାନଙ୍କ ସୁରକ୍ଷିତ ଯାତ୍ରା ଏବଂ ସେମାନଙ୍କ ଜୀବନ ସୁରକ୍ଷା ପାଇଁ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଏହି ଖବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ହୀରାକୁଦର ‘ୱାଟର ସିମ୍ପନୀ ଲେଜର ସୋ’

ଏଣିକି ଡଙ୍ଗା ମାଲିକ ମାନେ ଚିକିକା ହ୍ରଦରେ ଡଙ୍ଗା /ବୋଟ୍ ଚଳାଇବା ସମୟରେ ସମସ୍ତ ଯାତ୍ରୀ ମାନଙ୍କୁ ଜୀବନ ରକ୍ଷାକାରୀ ଜ୍ୟାକେଟ ଯୋଗାଇବେ । ଏହା ସହ ଯାତ୍ରୀଙ୍କୁ ସୁରକ୍ଷା ବଳୟ ଡଙ୍ଗାରେ ନେବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ଯାତ୍ରୀ ମାନଙ୍କ ସଂଖ୍ୟା ଡଙ୍ଗା/ବୋଟ୍ ର ଆବଶ୍ୟକ କ୍ଷମତା ଓ ସାମର୍ଥ୍ୟ ଠାରୁ କୌଣସି ମତେ ଅଧିକ ହେବା ଉଚିତ ନୁହେଁ । ଏହି ନିୟମକୁ ଓଡିଶା ସରକାରଙ୍କ ବୋଟ /ଡଙ୍ଗା/ନୌକା ନିୟମ ୨୦୦୪ ବୋଟ୍ ମାଲିକ ମାନେ ସତର୍କତା ଓ ଯତ୍ନ ସହକାରେ ପାଳନ କରିବେ । ଏହି ନିୟମ ଉଲଂଘନ ବା ବ୍ୟତିକ୍ରମ କଲେ ସରକାର ସେମାନଙ୍କ ବୋଟ ପଞ୍ଜିକରଣକୁ ରଦ୍ଧ କରିବା ସହ ଓଡିଶା ବୋଟ୍ ନିୟମ ୨୦୦୪ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ କାଳିଜାଇ ମୋଟର ବୋଟ ସଂଘ ସଭାପତି, ବାଲୁଗାଁ , ମା କାଳିଜାଈ ମୋଟର ବୋଟ ମାଲିକ ସଂଘ -ବଡକୂଳ ଏବଂ ମା" କାଳୀଯାଇ ଶ୍ରମିକ ସଂଗଠନ- ବଡକୂଳ ତଥା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଖୋର୍ଦ୍ଧା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜବଲପୁର ବୋଟ୍‌ ବୁଡି ଘଟଣାରେ ଏବେବି 6 ନିଖୋଜ ନିକଟରେ ମଧ୍ୟପ୍ରଦେଶ ଜବଲପୁରର ବର୍ଗୀ ଡ୍ୟାମରେ କ୍ରୁଜ୍ ଜାହାଜ ଦୁର୍ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାରେ ନଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ 28 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କିନ୍ତୁ ଏବେବି ଛଅ ଜଣ ନିଖୋଜ ଅଛନ୍ତି ।