Sambalpur Tourism Boost / ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ହୀରାକୁଦର ‘ୱାଟର ସିମ୍ପନୀ ଲେଜର ସୋ’
·1 day ago·2 min read

Key Points
- ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳ ହେବ ଏସିଆର ବୃହତ୍ ବନ୍ଧ
- କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ୧୦୦ କୋଟି ଅନୁଦାନରେ ବିକାଶ କାର୍ଯ୍ୟ ଆରମ୍ଭ
ସମ୍ବଲପୁର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ପାଇବ ହୀରାକୁଦ ଡ୍ୟାମ୍ । ଝଲସିବ ବୁର୍ଲା ପାୱାର ଚ୍ୟାନେଲ୍ ଏବଂ ଏହାର ଆଖପାଖ ଅଞ୍ଚଳ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ନିର୍ମାଣ ହେବାକୁ ଯାଉଛି ‘ୱାଟର ସିମ୍ପନୀ ଲେଜର ସୋ’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଏବଂ କେନ୍ଦ୍ର ସରକାରଙ୍କ ୧୦୦ କୋଟିର ଅନୁଦାନରେ ଏହି ମେଗା ପ୍ରକଳ୍ପର କାମ ଆରମ୍ଭ ହୋଇଛି ।
ହୀରାକୁଦରେ ‘ୱାଟର ସିମ୍ପନୀ ଲେଜର ସୋ’ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ହୋଇ ସାରିଛି । ୨୫ କୋଟି ଟଙ୍କାର ଏହି ପ୍ରକଳ୍ପରେ ଆଲୋକ ଓ ପାଣିର ଯୁଗଳବନ୍ଦୀରେ ପର୍ଯ୍ୟଟକ ଦେଖିବେ ଲେଜର ସୋ’। ଏହାର ମଜା ନେବା ପାଇଁ ଏକ ବିଶାଳ ଗ୍ୟାଲେରୀ ମଧ୍ୟ ନିର୍ମାଣ ହେବ । ନିକଟରେ ସମ୍ବଲପୁର ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ଥାନ ଚିହ୍ନଟ ସହ ସ୍ଥିତି ନିରୀକ୍ଷଣ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ହୀରାକୁଦ ଡ୍ୟାମକୁ କେନ୍ଦ୍ର ସରକାର ଦେଲେ 100 କୋଟି ଟଙ୍କା
କେବଳ ଲେଜର ସୋ’ ନୁହେଁ, ଗତ ନଭେମ୍ବର ମାସରୁ ପାୱାର ହାଉସ୍ ତଳେ ଆରାଇଭାଲ ପ୍ଲାଜା ଓ ହୀରାକୁଦ ମ୍ୟୁଜିୟମ୍ ପ୍ରକଳ୍ପର କାମ ଜୋରଦାର ଚାଲିଛି। ଏହି ମ୍ୟୁଜିୟମ୍ ମାଧ୍ୟମରେ ପର୍ଯ୍ୟଟକମାନେ ହୀରାକୁଦ ବନ୍ଧ ନିର୍ମାଣର ଇତିହାସ ଏବଂ ବିସ୍ଥାପନର କରୁଣ କାହାଣୀ ବିଷୟରେ ଜାଣିପାରିବେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସମ୍ବଲପୁର ଗସ୍ତ ସମୟରେ ଏହି ପ୍ରକଳ୍ପର ସମୀକ୍ଷା କରି କାମକୁ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଏହି ବିଶ୍ଵସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଯିବ ।
ଏଥିସହ ପଢ଼ନ୍ତୁ: ହୀରାକୁଦରେ ପଞ୍ଜୁରୀ ମାଛ ଚାଷ, 7 କୋଟି ବ୍ୟୟରେ 37 ଏକର ଜାଗାରେ ହୋଇଛି ନିର୍ମାଣ
୨୦୨୫ ଜାନୁଆରୀ ୨୨ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀରାକୁଦ ଗସ୍ତ କରି ପର୍ଯ୍ୟଟନ ବିକାଶ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମାତ୍ର ୮ ମାସ ମଧ୍ୟରେ କେନ୍ଦ୍ର ପକ୍ଷରୁ ୧୦୦ କୋଟିର ପାଣ୍ଠି ମଞ୍ଜୁର ହୋଇଥିଲା । ଯାହା ଏବେ ସମ୍ବଲପୁର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବାକୁ ଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories