Videos
|
Odisha

Chilika Lake / ଶୀତ ଆସିଲା… ଚିଲିକା ଭରିଲା ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ

Rashmita Mishra
Browse all articles by Rashmita Mishra
·11 months ago·2 min read
ଶୀତ ଆସିଲା… ଚିଲିକା ଭରିଲା ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ

Key Points

ଚିଲିକାରେ ଉଡଉଡି ଆସିଲେ ବିଦେଶୀ ଅତିଥି
ଶୀତ ଆସିଲା… ଚିଲିକା ଭରିଲା ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ
ନୀଳ ଜଳରେ ରଙ୍ଗିନ ପକ୍ଷୀଙ୍କ ନୃତ୍ୟ – ଚିଲିକାର ଅପରୁପ ରୂପ
ବନ ବିଭାଗର କଡା ସୁରକ୍ଷା, ଲକ୍ଷାଧିକ ପକ୍ଷୀ ଆସିବାର ଆଶା

ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ ବିଭାଗ ।

କୁହାଯାଏ କୁମାର ପୂର୍ଣ୍ଣିମା ପରେପରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୁଏ । ଶୀତ ଆସିଲା, ଅତିଥି ବି ଆସିଲେ । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଉଡଉଡି ଆସିଲେଣି ବିଦେଶୀ ଅତିଥି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି ସୁନ୍ଦର କରୁଛି ବିଦେଶାଗତ ରଙ୍ଗବେରଙ୍ଗର ପକ୍ଷୀ । ଶୀତଋତୁ ଆରମ୍ଭରୁ ଚିଲିକାରେ ଆରମ୍ଭ ହୁଏ ବିଦେଶୀ ପକ୍ଷୀଙ୍କ ସମାଗମ । କିଚିରିମିଚିରି ଶବ୍ଦରେ ପୁରା ଚିଲିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଆଉ ଏହାକୁ ଦେଖିବାକୁ ବହୁ ଦୂରଦୂରାନ୍ତରରୁ ପର୍ଯ୍ୟଟକଙ୍କ ଭିଡ ବି ଜମେ ।


ଏଥିସହ ପଢ଼ନ୍ତୁ: ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ


ଚିଲିକା ଏସିଆ ମହାଦେଶର ସର୍ବବୃହତମ ଲୁଣାହ୍ରଦ ଏବଂ ଏହା ଭାରତର ପ୍ରଥମ ଆଦ୍ରଭୂମିଭାବେ ପରିଚିତ । ଚିଲିକା ତାର ନୀଳଜଳରାଶି ଓ ସୌନ୍ଦର୍ଯ୍ୟର ଗନ୍ତାଘର ପାଇଁ ପର୍ଯ୍ୟଟକ, କବି ଓ ଭାବୁକ ତଥା ଦାର୍ଶନିକମାନଙ୍କୁ ଆକୃଷ୍ଠ କରିଥାଏ । ସେଥିପାଇଁ ଦେଶବିଦେଶରେ ଚିଲିକା ନାମ ବିକ୍ଷାତ । ଜୈବ ବିବିଧତା କୌଣସି ହ୍ରଦରେ ଦେଖାଜାଉନଥିବାରୁ ଭରପୁର ଖାଦ୍ୟର ସମ୍ଭାରକୁ ଭୁଲି ନପାରି ଅନେକ ବିଦେଶାଗତ ପକ୍ଷୀ ଶୀତ ଋତୁରେ ଚିଲିକାକୁ ଆଗମନ କରିଥାନ୍ତି । ଚିଲିକାକୁ ସୁଦୁର ସାଇବେରିଆ, ମାଙ୍ଗୋଲିଆ ,ଇରାନ ପ୍ରଭୃତି ଦେଶ ମାନଙ୍କରୁ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କ ସମାଗମ ହୋଇଥଏ । ଏପରିକି ବାରହେଡେଟ ,ଭରସିନ ,ଉଇଜନ,ଗଡଓାଲ ,ନରଦନ.ଶୋଭଲର ,କମନ କୁଡ ଏହି ପ୍ରକାରର ପଷୀ ଦେଖିବାକୁ ମିଲିଥାଏ । ଆଉ ପକ୍ଷୀ ଅଭୟାରଣ୍ୟ ଚିଲିକାରେ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦରେ ଫାଟି ପଡେ ନୀଳ ଜଳ ।

ତା' ସହ ଚିଲିକାରେ ଆସିବା ପୂର୍ବରୁ ପକ୍ଷୀ ସମୂହ, ନିରାପଦ ବାସସ୍ଥାନ ଏବଂ ଉପଯୁକ୍ତ ଖାଦ୍ୟ ଅନୁସନ୍ଧାନ କରି ଚିଲିକା ଜଳରାଶିରେ ପାଦ ଥାପିଥାନ୍ତି । ସପ୍ତାହେ ମଧ୍ୟରେ ଶତାଧିକ ପକ୍ଷୀଙ୍କ ଦେଖାଦେଇନ୍ତି । ଚଳିତ ବର୍ଷ ଅକ୍ଟୋବର ପହିଲାରେ ପକ୍ଷୀଙ୍କ ଆଗମନ ହୋଇଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ଋଷିଆ, କାଜକ୍‌ସ୍ଥାନ, ଲଦାକ୍‌, ମାଙ୍ଗୋଲିଆ, ଆମେରିକା, କାନାଡାରୁ ଆଦି ରଙ୍ଗବେରଙ୍ଗର ପକ୍ଷୀମାନେ ଚିଲିକାକୁ ଆସିଥାନ୍ତି । ବର୍ଷାଦିନେ ଜନ୍ମ ନେଇଥିବା କୀଟପତଙ୍ଗ, ମାଛ ଓ ତୃଣଜାତୀୟ ଉଦ୍ଭିଦ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହର ପାଲଟିଥାଏ । ବିଶେଷକରି ବର୍ତ୍ତମାନ ପକ୍ଷୀ ଅଭୟାରଣ୍ୟ ନଳବଣରେ ଜଳସ୍ତର ଅଧିକ ଥିବାରୁ ଚିଲିକା ତଟ ଅଞ୍ଚଳରେ ବହୁ ସଂଖ୍ୟାରେ ପକ୍ଷୀ ପଇଁତରା ମାରୁଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chilika Lake | Winter Arrives, Chilika Lake Echoes with Migratory Birds’ Chirping | Argus News | Argus News