Tornado Hits Chilika Lake / ଚିଲିକାରେ ଦେଖାଦେଲା ଖଣ୍ଡିଆଭୂତ: ଲୋକେ ଭୟଭୀତ

Key Points
ଚିଲିକାରେ ହଠାତ୍ ଦେଖାଦେଲା ଏଭଳି ଏକ ଦୃଶ୍ୟ । କି'ଏ କି'ଏ ଏହାକୁ ଖଣ୍ଡିଆ-ଭୁତ କହିଲେଣି ତ' ପୁଣି କି'ଏ କି'ଏ ଏହାକୁ ଘୂର୍ଣ୍ଣିବାତ୍ୟା ବୋଲି କହୁଛନ୍ତି।
ଚିଲିକାରେ ହଠାତ୍ ଦେଖାଦେଲା ଏଭଳି ଏକ ଦୃଶ୍ୟ । କି'ଏ କି'ଏ ଏହାକୁ ଖଣ୍ଡିଆ-ଭୁତ କହିଲେଣି ତ' ପୁଣି କି'ଏ କି'ଏ ଏହାକୁ ଘୂର୍ଣ୍ଣିବାତ୍ୟା ବୋଲି କହୁଛନ୍ତି। ଏଭଳି ଖଣ୍ଡିଆଭୂତ କେନ୍ଦ୍ର ବିନ୍ଦୁରେ ଯି'ଏ ପଡ଼ିବ ସିଏ ସିଧା ମହାକାଶକୁ ପଳାଇବ। ଏହା ମୁଖ୍ୟତଃ ସ୍ଥଳ ଭାଗରେ ଦେଖାଯାଏ। କିନ୍ତୁ ଜଳ ଭାଗରେ ଦେଖାଯାଏ ନାହିଁ।
ଏଭଳି ଦୃଶ୍ୟ ଯଦି ଜଳ ଭାଗରେ ଦେଖାଦିଏ ତେବେ ତାହା ଘୁର୍ଣିବାତ୍ୟା ବୋଲି କୁହାଯାଏ । ଏଭଳି ବିରଳ ଦୃଶ୍ୟ ଚିଲିକାରେ ଦେଖା ଦେଇଛି। ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖାଦେଲେ ଏଭଳି ଚିତ୍ର ଦୃଶ୍ୟମାନ ହୁଏ ବୋଲି ଲୋକମତ ରହିଛି । ଚିଲିକାର ଜଳରାଶି ସିଧା ବାଷ୍ପରେ ପରିଣତ ହୋଇ ମହାକାଶ କୁ ଯାଇଥାଏ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ଏଣିକି ନିଜେ ଟେଣ୍ଟ ନେଇ ମନ ଇଚ୍ଛା ଦେଓମାଳିରେ ନାଇଟ୍ ଷ୍ଟେ କରିପାରିବେନି ପର୍ଯ୍ୟଟକ !
ତେବେ ଜଳବାୟୁ ପରିବର୍ତ୍ତନ କାହିଁକି ହୋଇଥାଏ:
ଜଳବାୟୁ ପରିବର୍ତ୍ତନ (Climate Change) ର ଅର୍ଥ ହେଉଛି ପୃଥିବୀର ଜଳବାୟୁ ବ୍ୟବସ୍ଥାରେ ଦୀର୍ଘକାଳୀନ ପରିବର୍ତ୍ତନ। ଯାହାର ଫଳରେ ତାପମାତ୍ରା, ବର୍ଷାପାତ, ପବନ ଚକ୍ର ଓ ଋତୁଗତ ପରିବର୍ତ୍ତନରେ ଅସାମାନ୍ୟ ପ୍ରଭାବ ଦେଖାଯାଏ। ଏହା ପ୍ରାକୃତିକ ଓ ମାନବୀୟ ଦୁଇ ପ୍ରକାରର କାରଣରୁ ହୁଏ। କିନ୍ତୁ ଆଧୁନିକ ଯୁଗରେ ମନୁଷ୍ୟକୃତ ଏହି ପରିବର୍ତ୍ତନର ପ୍ରମୁଖ କାରଣ।
ଏଥିସହ ପଢ଼ନ୍ତୁ: ୧୫ରୁ କମିପାରେ ରାତି ତାପମାତ୍ରା,୨ରୁ ୩ ଡିଗ୍ରୀ ଖସିବ ପାରଦ
ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି “ଗ୍ରିନହାଉସ ଗ୍ୟାସ” (Greenhouse Gases) — ଯେପରିକି କାର୍ବନ ଡାଇଅକ୍ସାଇଡ୍, ମିଥେନ୍ ଓ ନାଇଟ୍ରସ୍ ଅକ୍ସାଇଡ୍। ଏହି ଗ୍ୟାସଗୁଡ଼ିକ ଅତ୍ୟଧିକ ହେଲେ, ସେମାନେ ସୂର୍ଯ୍ୟର ତାପକୁ ପୃଥିବୀର ମାନ୍ଦାକାନ୍ତରେ ଧରି ରଖିଥାନ୍ତି, ଯାହାକୁ “ଗ୍ଲୋବାଲ ଓ୍ବାର୍ମିଂ” (Global Warming) କୁହାଯାଏ। ଏହି ତାପ ବୃଦ୍ଧି ଫଳରେ ହିମାଚ୍ଛାଦିତ ପର୍ବତ ମଧ୍ୟ ତରଳି ଯାଉଛି, ସମୁଦ୍ର ସ୍ତର ବଢ଼ୁଛି ଓ ବିପରୀତ ପାଣିପାଗ ଘଟଣା ମଧ୍ୟ ବଢ଼ୁଛି। କୋଇଲା, ପେଟ୍ରୋଲିୟମ ଓ ଗ୍ୟାସ ଜଳାଇବା, ଜଙ୍ଗଲ କଟା, ଶିଳ୍ପ ଉତ୍ସର୍ଜନ ଓ ଅନିୟନ୍ତ୍ରିତ ନଗରୀକରଣ ଏହି ସମସ୍ୟାକୁ ଆହୁରି ଗୁରୁତର କରୁଛି। ଯଦି ଏହାକୁ ନିୟନ୍ତ୍ରଣ ନ କରାଯାଏ, ତେବେ ଭବିଷ୍ୟତରେ ପୃଥିବୀ ଗୁରୁତର ପରିବେଶ ଓ ଜୀବନ ସଙ୍କଟର ସମ୍ମୁଖୀନ ହେବ।
Related Topics
Explore more stories