Videos
|
Odisha

Chilika Water Level Rise / ମାଡ଼ି ଆସୁଛି ଚିଲିକା ପାଣି...

Babita Behera
Browse all articles by Babita Behera
·11 months ago·1 min read
ମାଡ଼ି ଆସୁଛି ଚିଲିକା ପାଣି...

Key Points

ଚିଲିକାର ନୀଳ ଜଳ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି

ସ୍ଥାନୀୟ ପ୍ରଶାସନର ସଚେତନତା ନିର୍ଦ୍ଦେଶ

ଡ଼ଙ୍ଗା ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ

ଭୁବନେଶ୍ଵର:  ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଚିଲିକା କୂଳରେ ପରିସ୍ଥିତି ସଙ୍କଟାପନ୍ନ ହୋଇଛି। ଲାଗାଣ ବର୍ଷା ଓ ପ୍ରବଳ ପବନର ପ୍ରଭାବରେ ଚିଲିକା ଜଳସ୍ତର ବୃଦ୍ଧି ପାଇ, ରିଙ୍ଗ୍ ରୋଡ଼କୁ ପାଣି ମାଡ଼ି ଆସିଛି। ସ୍ଥାନୀୟ ଲୋକମାନେ ଭୟଭୀତ ଥିବାବେଳେ, ଚିଲିକାର ନୀଳ ଜଳରାଶି ସମୁଦ୍ରର ଭ୍ରମ ସୃଷ୍ଟି କରୁଛି।

ପ୍ରବଳ ପବନ ଓ ବର୍ଷାର କାରଣରୁ ମାଛଧରା ସମ୍ପୂର୍ଣ୍ଣ ବନ୍ଦ ରହିଛି । କେତେକ ମତ୍ସ୍ୟଜୀବୀ ସୁରକ୍ଷିତ ଭାବରେ କୂଳକୁ ଫେରିଥିବା ସୂଚନା ମିଳିଛି, କିନ୍ତୁ କେତେକ ଏବେବି ଜଳରେ ରହିଥିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନତା ନିର୍ଦ୍ଦେଶନାମା ଜାରି ହୋଇଛି।

ଚିଲିକା ମୋଟରବୋଟ୍ ଆସୋସିଏସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି ଯେ, ଏବେ କୌଣସି ପର୍ଯ୍ୟଟନ କିମ୍ବା ନୈକା ବିହାର ସମ୍ଭବ ନୁହେଁ। ପର୍ଯ୍ୟଟକମାନଙ୍କୁ ଚିଲିକା କୂଳକୁ ଯିବାକୁ ବାରଣ କରାଯାଇଛି।

ସମୁଦ୍ର କୂଳିଆ ଗାଁମାନଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଡ଼ଙ୍ଗା ଚଳାଚଳ (ମାଛଧରା ଓ ଯାତ୍ରୀବାହୀ) ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲାଗୁ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ: ଅବିଶ୍ରାନ୍ତ ବର୍ଷାରେ ଦକ୍ଷିଣ ଓଡ଼ିଶା ସ୍ଥିତି ସଙ୍ଗୀନ, ଭାଙ୍ଗିଲା କଲଭର୍ଟ...ରାସ୍ତାରେ ଚାଲୁଛି

ଚିଲିକାକୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ ‘ଅଘଟଣ’ର ଆଶଙ୍କା ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ନିର୍ବାହୀ ଦଳଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।