|
logo
Live
Argus News App
GET APP

Argus News - ଅବିଶ୍ରାନ୍ତ ବର୍ଷାରେ ଦକ୍ଷିଣ ଓଡ଼ିଶା ସ୍ଥିତି ସଙ୍ଗୀନ, ଭାଙ୍ଗିଲା କଲଭର୍ଟ...ରାସ୍ତାରେ ଚାଲୁଛି ପାଣି

Odisha

Weather Update / ଅବିଶ୍ରାନ୍ତ ବର୍ଷାରେ ଦକ୍ଷିଣ ଓଡ଼ିଶା ସ୍ଥିତି ସଙ୍ଗୀନ, ଭାଙ୍ଗିଲା କଲଭର୍ଟ...ରାସ୍ତାରେ ଚାଲୁଛି ପାଣି

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଅବିଶ୍ରାନ୍ତ ବର୍ଷାରେ ଦକ୍ଷିଣ ଓଡ଼ିଶା ସ୍ଥିତି ସଙ୍ଗୀନ, ଭାଙ୍ଗିଲା କଲଭର୍ଟ...ରାସ୍ତାରେ ଚାଲୁଛି ପାଣି

Key Points

ଗଜପତିରେ ଲଗାଣ ବର୍ଷା ଯୋଗୁଁ ଘୋଡାହାଡ଼ ଡ୍ୟାମରେ ଖୋଲିଲା ଦୁଇଟି ଗେଟ୍ । ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଆଞ୍ଚଳବାସୀଙ୍କୁ ସତର୍କ କରାଇଛି ଘୋଡ଼ାହାଡ଼ ଜଳସେଚନ ବିଭାଗ ।

ଅବିଶ୍ରାନ୍ତ ବର୍ଷାରେ ଦକ୍ଷିଣ ଓଡ଼ିଶା ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଗଜପତିରେ ଲଗାଣ ବର୍ଷା ଯୋଗୁଁ ଘୋଡାହାଡ଼ ଡ୍ୟାମରେ ଖୋଲିଲା ଦୁଇଟି ଗେଟ୍ । ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଆଞ୍ଚଳ ବାସୀଙ୍କୁ ସତର୍କ କରାଇଛି ଘୋଡ଼ାହାଡ଼ ଜଳସେଚନ ବିଭାଗ ।

ସେହିପରି ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ସୀମା ତଟବର୍ତ୍ତୀ ଅଞ୍ଚଳ ସ୍ଥିତି ବେହାଲ୍ ହୋଇପଡିଛି । ଦିଗପହଣ୍ଡି ବ୍ଲକ ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ଯୋଗୁଁ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡାକୁ ଗମନାଗମନ ବିଚ୍ଛିନ୍ନ ହୋଇଛି ।

ସେହିପରି ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ପଳାସପୁର ବ୍ରିଜ୍ ଉପରେ ଚାଲୁଛି ଘୋଡ଼ାହାଡ଼ ନଦୀର ବର୍ଷା ପାଣି । ଯାହାକୁ ନେଇ ଆସିକା ପାଟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ମୌଲାଭଣଜା ପଞ୍ଚାୟତ ଖୁଲୁଡ଼ି-ନୂଆଗଡ଼ ହରିଣା ଗ୍ରାମ୍ୟ ଉନ୍ନୟନ ବିଭାଗ ଘୁଷୁରୀ ନାଳର ଅସ୍ଥାୟୀ କଲଭର୍ଟ ଧୋଇଯାଇଛି । ଫଳରେ ମୌଲାଭଣଜାରୁ ନୂଆଗଡ଼କୁ ଯିବା ଆସିବା ସମ୍ପୂର୍ଣ ଠପ ହୋଇଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଟ୍ବିନ୍ ସିଟିରେ ଆଜି ମେଲାଣି ନେବେ ମା', ଭସାଣ ଉପରେ ନଜର ରଖିବ ଡ୍ରୋନ୍

ସେପଟେ ଲଗାଣ ବର୍ଷାରେ ବେହାଲ ଗଜପତି । ପ୍ରବଳ ବର୍ଷା ଫଳରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନରେ ନିଖୋଜ ବାପ ପୁଅଙ୍କ ଏବେ ସୁଦ୍ଧା ପତ୍ତା ମିଳିନାହିଁ । ଉଭୟେ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ନିଖୋଜ ବାପ ପୁଅ ପେକଟ ଗାଁର କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜିକ ଶବର । ଭୂସ୍ଖଳନ ଯୋଗୁଁ ରାୟଗଡ଼ଠାରୁ ନୂଆଗଡ଼ ଓ ରା.ଊଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଗ୍ନିଶମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଖସିଥିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରାଯାଉଛି ।

ସେପଟେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ବଂଶଧାରା । କାଶୀନଗର ଠାରେ ସତର୍କ ସଂକେତ ଉପରେ ପ୍ରବାହିତ ହୋଇଛି । ସତର୍କ ସଂକେତ ୫୪.୧୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୫୪.୩୨ରେ ପ୍ରବାହିତ ହେଉଛି । ସେହପରି ଉପର ମୁଣ୍ଡରେ ଏବେ ବି ବର୍ଷା ଜାରି ରହିଛି । ମଧ୍ୟରାତ୍ରରେ ବିପଦ ସଂକେତ ଉପରେ ପ୍ରବାହିତ ହେବା ନେଇ ଆକଳନ କରାଯାଉଛି । ଯାହାଫଳରେ ନଦୀ କୁଳିଆ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Related Topics

Explore more stories

Sponsored
Weather Update: ଅବିଶ୍ରାନ୍ତ ବର୍ଷାରେ ଦକ୍ଷିଣ ଓଡ଼ିଶା ସ୍ଥିତି ସଙ୍ଗୀନ, ଭାଙ୍ଗିଲା କଲଭର୍ଟ...ରାସ୍ତାରେ ଚାଲୁଛି ପାଣି | Argus News