Videos
|
Odisha

Chit Fund Scam / ୧୭ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍; ବନ୍ଧାହେଲା ସିଲିଗୁଡ଼ିରୁ ୪ ବର୍ଷ ଧରି ଫେରାର୍ ଅଭିଯୁକ୍ତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୧୭ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍; ବନ୍ଧାହେଲା ସିଲିଗୁଡ଼ିରୁ ୪ ବର୍ଷ ଧରି ଫେରାର୍ ଅଭିଯୁକ୍ତ
CBI Arrests Debabrata Dutta in ₹17 Crore Fraud Case

Key Points

ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ ଦେବବ୍ରତ ଦତ୍ତକୁ ଗିରଫ କରିଛି CBI । ଏକ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଫେରାର ଥିବା ଅଭିଯୁକ୍ତ ଦେବବ୍ରତ ଦତ୍ତଙ୍କୁ ଗିରଫ କରିଛି CBI ।
ଭୁବନେଶ୍ଵର: ଚିଟ୍‌ଫଣ୍ଡ ଠକେଇରେ ସିବିଆଇର ଗିରଫଦାରୀ । ପଶ୍ଚିମବଙ୍ଗରୁ ଆଉ ଜଣଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) । ଚିଟ୍‌ଫଣ୍ଡ ଠକେଇ ମାମଲାରେ ୪ ବର୍ଷ ଧରି ଫେରାର ଅଭିଯୁକ୍ତକୁ ସିବିଆଇ ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ଗିରଫ କରିଛି ।

ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ ଦେବବ୍ରତ ଦତ୍ତକୁ ଗିରଫ କରିଛି CBI । ଏକ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଫେରାର ଥିବା ଅଭିଯୁକ୍ତ ଦେବବ୍ରତ ଦତ୍ତଙ୍କୁ ଗିରଫ କରିଛି CBI । ଅଭିଯୁକ୍ତ ଦେବବ୍ରତ ଦତ୍ତ, ଡିଏନ୍‌ବି ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ଥିବାବେଳେ ଅନ୍ୟମାନଙ୍କ ସହ ଅପରାଧିକ ଷଡ଼ଯନ୍ତ୍ର କରି ଜମାକାରୀଙ୍କଠାରୁ ବେଆଇନ ଭାବେ ସଂଗ୍ରହ କରାଯାଇଥିବା ୧୭ କୋଟି ୨୨ ଲକ୍ଷ ୩୯ ହଜାର ୪୫୩ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି ।

ଏଥିସହ ପଢ଼ନ୍ତୁ: ଗାଁରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍; ଘର ଘର ବୁଲି ପରୀକ୍ଷା କରୁଛି ଡାକ୍ତରୀ ଟିମ୍ 

ଦେବବ୍ରତ ୪ ବର୍ଷ ଧରି ଫେରାର୍ ରହିବା ସହ ତଦନ୍ତରେ ସହଯୋଗ କରୁନଥିଲେ । ୨୬.୧୨.୨୦୨୨ ତାରିଖରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଆର୍‌ସି ନମ୍ବର ୧୦(ଏସ୍)/୨୦୧୪-କୋଲ୍ ମାମଲାରେ ତାଙ୍କୁ ଫେରାର ଘୋଷଣା କରାଯାଇଥିଲା । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି (ଆଇପିସି) ଏବଂ ପ୍ରାଇଜ୍ ଚିଟ୍ସ ଏଣ୍ଡ ମନି ସର୍କୁଲେସନ୍ ସ୍କିମ୍ସ (ବ୍ୟାନିଂ) ଆକ୍ଟ, ୧୯୭୮ ଅନୁଯାୟୀ ମାମଲା ରୁଜୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ ବିରୋଧରେ ୦୫.୦୮.୨୦୨୪ ତାରିଖରେ ଏକ ଜାମିନ ବିହୀନ ଗିରଫ ପରୱାନା (NBW) ମଧ୍ୟ ଜାରି କରାଯାଇଥିଲା । ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ଟ୍ରାକ୍ କରାଯାଇ ଶେଷରେ ୨୮.୦୮.୨୦୨୬ ତାରିଖରେ ପଶ୍ଚିମବଙ୍ଗର ଶିଲିଗୁଡ଼ିରୁ ଗିରଫ କରାଯାଇଛି। ତାଙ୍କୁ ଶିଲିଗୁଡ଼ିରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଛି । ଭୁବନେଶ୍ୱରର ସ୍ୱତନ୍ତ୍ର CBI କୋର୍ଟରେ ହାଜର କରାଯିବ ।