Videos
|
Odisha

Scrub Typhus / ଗାଁରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍; ଘର ଘର ବୁଲି ପରୀକ୍ଷା କରୁଛି ଡାକ୍ତରୀ ଟିମ୍

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଗାଁରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍; ଘର ଘର ବୁଲି ପରୀକ୍ଷା କରୁଛି ଡାକ୍ତରୀ ଟିମ୍
29 Scrub Typhus Cases Detected in Angul Village

Key Points

ମାତ୍ର ୨ ଦିନ ଭିତରେ ଗାଁରେ ୨୯ ଜଣ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଗାଁରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବା ପରେ ଦୁଇଦିନ ଧରି ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରୁଛି ।
ପାଲଲହଡ଼ା (ଅନୁଗୋଳ): ସ୍କ୍ରବ୍ ଟାଇଫସ୍ ଆତଙ୍କ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବାରେ ଲାଗିଛି । ମାତ୍ର ୨ ଦିନ ଭିତରେ ଗାଁରେ ୨୯ ଜଣ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।

ଗାଁରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବା ପରେ ଦୁଇଦିନ ଧରି ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରୁଛି । ଗତକାଲି ୬୦ ଜଣଙ୍କ ନମୁନା ପରୀକ୍ଷାରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨୦ ଜଣଙ୍କ ନମୁନା ପରୀକ୍ଷାରୁ ଆଉ ୨୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ଅନ୍ୟପଟେ ରବିବାର ଗାଁକୁ ଯାଇ ସ୍ଥିତି ପରଖିଛନ୍ତି ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଅନୁଗୋଳ CDMO ମଦନ ମୋହନ ସାହୁ । ଗାଁରେ ଆଉ କେତେ ଜଣ ସଂକ୍ରମିତ ହୋଇଛନ୍ତି । ତାହା ଜାଣିବା ପାଇଁ ନମୁନା ସଂଗ୍ରହ ଓ ପରୀକ୍ଷା ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ଭୁବନେଶ୍ଵରରେ ୧୦ କେଜି ବିଶିଷ୍ଟ ‘XTRALITE NOW’ କମ୍ପୋଜିଟ୍ ସିଲିଣ୍ଡରର ଶୁଭାରମ୍ଭ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ସ୍କ୍ରବ୍ ଟାଇଫସ୍‌ରେ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଗାଁରେ ଅଧିକାଂଶ ଲୋକ ଦେହ ହାତଗୋଡ଼ ବିନ୍ଧା ସହ ମୁଣ୍ଡବ୍ୟଥା ଓ ଜ୍ୱର ଅନୁଭବ କରୁଛନ୍ତି । ସ୍କ୍ରବ୍ ଟାଇଫସ୍ ପଜିଟିଭଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏବେ ଗାଁରେ ୫ ଜଣିଆ ଡାକ୍ତରୀ ଦଳ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରୁଛନ୍ତି । ରକ୍ତ ପରକ୍ଷା ପାଇଁ ୪ ଜଣ ଟେକ୍ନିସିଆନ୍ ରହିଥିବା ବେଳେ ସ୍ଥାନୀୟ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ସହାୟତା କରୁଛନ୍ତି । ସନ୍ଦିଗ୍ଧ ରୋଗୀଙ୍କ ଆବଶ୍ୟକୀୟ ପରୀକ୍ଷା ଓ ଚିକିତ୍ସା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି ।

ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦିଏ। ଠିକ୍ ସମୟରେ ଡକ୍ସିସାଇକ୍ଲିନ୍ ବା ଆଜିଥ୍ରୋମାଇସିନ୍ ଭଳି ସାଧାରଣ ଆଣ୍ଟିବାୟୋଟିକ୍ ବଟିକା ସେବନ ଦ୍ୱାରା ଏହା ସହଜରେ ଭଲ ହୋଇପାରିବ।

ରୋଗ ବାଣ୍ଟୁଥିବା କୀଟ ଜଙ୍ଗଲର ବୁଦା ଓ ଚାଷ ଜମି ନିକଟରେ ରହୁଛନ୍ତି। ମାଇଟ୍‌ କୀଟର ଛୁଆ ଚିଗର୍ସ ଲୋକଙ୍କୁ କାମୁଡ଼ିବା ଫଳରେ ସ୍କ୍ରବ୍‌ ଟଇଫସ୍‌ ହୋଇଥାଏ ।
Scrub Typhus Outbreak in Angul: 29 Test Positive in 2 Days | Argus News | Argus News