Chit fund / ୪ ଲକ୍ଷରୁ ଅଧିକ ଲୋକ ପାଇଲେଣି ଚିଟଫଣ୍ଡ ଟଙ୍କା, ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଲେ ଉତ୍ତର
·2 days ago·2 min read

Key Points
୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା
ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୮ଟି ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ଜବତ ସହ ବ୍ୟାଜ୍ୟାପ୍ତି ହୋଇଛି

ଭୁବନେଶ୍ବର ୩୦/୦୩: ରାଜ୍ୟରେ ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା । ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ୍ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇଟେକ୍ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର ୮ ଲକ୍ଷ ୭୮ ହଜାର ୯୫୩ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜମାକାରୀଙ୍କୁ ୧୨୮ କୋଟି ଟଙ୍କା ଫେରସ୍ତ କରାଯାଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କମିଶନ ସୁପାରିଶ କରିଥିବା ୯୯ ହଜାର ୮୪୫ କ୍ଷୁଦ୍ର ଜମାକାରୀଙ୍କୁ ୪୭ କୋଟି ଟଙ୍କାର କର୍ପସ ଫାଣ୍ଠି ଫେରସ୍ତ କରାଯାଇଛି । ଏହାସହ ୮ଟି ସଂସ୍ଥାର ସଂପତ୍ତି ଜବତ ସହ ବ୍ୟାଜାପ୍ତି ଫଳରେ ସରକାରଙ୍କୁ ସାଢେ ୮ କୋଟି ଟଙ୍କର ରାଶି ପ୍ରାପ୍ତ ହୋଇଛି । ସେହିପରି ୬୮ଟି ବେଆଇନ୍ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର-ଅସ୍ଥାବର ସଂପତ୍ତି ବ୍ୟାଜାପ୍ତି ନିମନ୍ତେ ୯୦ଟି ପ୍ରସ୍ତାବକୁ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ ୪୨ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଏହି ଖବର: ୮ରୁ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି.ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦିଆଯିବ ଗୁରୁତ୍ବ
ଗତ ଫେବୃଆରୀରେ ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଆସିଥିଲା ଖୁସି ଖବର । ଟଙ୍କା ଫେରସ୍ତ ଅବଧିକୁ 31 ମାର୍ଚ୍ଚ ଯାଏଁ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବରୁ ଚିଟ୍ ଫଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟାର ଶେଷ ତାରିଖ ୩୧ ଜାନୁୟାରୀ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ତେବେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ କେତେକ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରି ପାଇନାହାନ୍ତି । ତେଣୁ ଅବଶିଷ୍ଟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସମସ୍ତ ଯୋଗ୍ୟ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେଇପାରିବେ ବୋଲି କହିଥିଲେ ରାଜ୍ୟ ସରକାର। ତେବେ ତଦନ୍ତ କମିଶନ ସୁପାରିସ କରିଥିବା ଓ ଫେରସ୍ତ ପାଇ ନଥିବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଆବେଦନ କରିପାରିବେ । ଏହାସହ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇ ନଥିବା ୮ ହାଜର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା ବୋଲି ସରକାର କହିଥିଲେ।
ନିଜ ଜିଲ୍ଲାର ସରକାରୀ websiteରେ ଫେରସ୍ତ ପାଇ ନଥିବା ଜମାକାରୀ ମାନଙ୍କର ସମ୍ପୂର୍ଣ ତାଲିକା ଉପଲବ୍ଧ ଅଛି। ଏହାଛଡ଼ା, ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କର ନାମ, ସତ୍ୟପାଠ ନମ୍ବର ଏବଂ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ ଜମାକାରୀଙ୍କର ନାମ, Application ନମ୍ବରwww.opid.odisha.gov.in ରେ ଦେଇ ସେମାନଙ୍କ ଆବେଦନ ପତ୍ରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିପାରିବେ ବୋଲି କହିଥିଲେ ରାଜ୍ୟ ସରକାର।
ଜମାକାରୀ ମାନେ ପରିଚୟ ପତ୍ର ଯଥା, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ ଇତ୍ୟାଦି ଆବଶ୍ୟକୀୟ ଦସ୍ତାବିଜ ସହିତ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ପାଖରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କର ଜମା ଟଙ୍କା ଫେରି ପାଇବାର ପ୍ରାବଧାନ କରାଯାଇଛି । ଏହାସହ ମୂଳ ଜମା ରସିଦ ମଧ୍ୟ ଦାଖଲ କରିବାକୁ ପଡ଼ିବ । ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଯଥା ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନାମ, IFSC କୋଡ ଆବେଦନ କରିଥିବା ଜମାକାରୀ ମାନେ ଉଲ୍ଲେଖ କରିବେ ବୋଲି ସରକାର କହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories