Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mangu Khilla Car Accident / ବିଧାୟକଙ୍କ ଗାଡ଼ି ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା MLA

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ବିଧାୟକଙ୍କ ଗାଡ଼ି ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା MLA
Mangu Khila

Key Points

କାଳବୈଶାଖୀର କରାଳ ରୂପ
ମଙ୍ଗୁ ଖିଲଙ୍କ ଗାଡ଼ି ଉପରେ ଭାଙ୍ଗି ପଡ଼ିଲା ଗଛ
ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲେ ଚିତ୍ରକୋଣ୍ଡା ବିଧାୟକ
ବିଧାୟକଙ୍କ ପାଇଁ ବିପଦ ପାଲଟିଲା କାଳବୈଶାଖୀ ବର୍ଷା । ବିଧାୟକଙ୍କ ଗାଡ଼ି ଉପରେ ପଡ଼ିଲା ବଡ଼ ଗଛ । ଅଳ୍ପକେ ବର୍ତ୍ତିଗଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ଅଞ୍ଚଳକୁ ଗସ୍ତ ସମୟରେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ । ଚିତ୍ରକୋଣ୍ଡା ଘାଟି ଭଲବ-ହାଉସ ଛକ ନିକଟରେ ବିଧାୟକଙ୍କ ଗାଡ଼ି ଉପରେ ବଡ଼ ଗଛ ପଡ଼ିଥିଲା ।

ସୂଚନା ଅନୁସାରେ, ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇ ଫେରୁଥିବା ବେଳେ କାଳବୈଶାଖୀ ଯୋଗୁଁ ପ୍ରବଳ ପବନ ହୋଇଥିଲା । ଏହି ସମୟରେ ଏକ ବଡ଼ ଗଛ ଆସି ହଠାତ୍‌ ବିଧାୟକଙ୍କ ଗାଡ଼ି ଉପରେ ପଡ଼ିଥିଲା । ଆଉ ସେହି ଗାଡ଼ି ଭିତରେ ଫସି ରହିଥିଲେ ବିଧାୟକ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛି । ତେବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ସୁରକ୍ଷିତ ଅଛନ୍ତି ।

ସେପଟେ ଆଗାମୀ ଦୁଇ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗୁଳୁଗୁଳି ଜାରି ରହିବ । ଏହା ସହିତ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ । ରାଜ୍ୟରେ ଆସନ୍ତା ୧୩ ତାରିଖ ବେଳକୁ ଦୁଇରୁ ଚାରି ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହିତ ପାଗ ଅନୁକୂଳ ରହିଥିବାରୁ ଆଗାମୀ ତିନି ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tree Falls on Chitrakonda MLA Mangu Khilla’s Car, Legislator Safe | Argus News