Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେଡି ଛାଡିଲେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା

Odisha

ବିଜେଡି ଛାଡିଲେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡି ଛାଡିଲେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା

ମାଲକାନଗିରି: ବିଜେଡି ଛାଡିଲେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା । ଡମ୍ବୁରୁ ଦୀର୍ଘ ବର୍ଷ ଧରି ବିଜେଡି ଦଳରେ କାର୍ଯ୍ୟ କରିଥିବା ବେଳେ 2014 ରୁ 2019 ପର୍ଯ୍ୟନ୍ତ ଚିତ୍ରକୋଣ୍ଡାର ବିଧାୟକ ଥିଲେ । ଡମ୍ବୁରୁ 2009ରେ କଂଗ୍ରେସ ବିଧାୟକ ମମତା ମାଢିଙ୍କ ଠାରୁ କମ ବ୍ୟବଧାନରେ ପରାଜୟ ହୋଇଥିଲେ । 

ପରେ 2015ରେ ସେ ବିଧାୟକ ହୋଇଥିଲେ । କିନ୍ତୁ 2019 ରେ ତାଙ୍କୁ ରିପ୍ଲେସ୍ କରି ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ଏହାପର ଠାରୁ ଡମ୍ବୁରୁଙ୍କୁ ଦଳ ଅଣଦେଖା କରିଥିବାବେଳେ ଏବେ ଆମଦାନୀ ନେତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ବରିଷ୍ଠ ନେତାଙ୍କୁ ଦଳରେ ଅଣଦେଖା କରାଯାଉଥିବା କଥା ଡମ୍ବୁରୁ ପ୍ରକାଶ କରିଛନ୍ତି । ଆଜି ବିଜେଡି ଦଳରୁ ଆନୁଷ୍ଠାନିକ ଭାବେ ଡମ୍ବୁରୁ ଇସ୍ତଫା ଦେଇଥିବାବେଳେ ନିଜ ଇସ୍ତଫା ପତ୍ର ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chittrakonda- former MLA Dambur Sisa left BJd | Argus News