Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଉରକେଲାରେ ବ୍ୟାପିଛି ଝାଡାବାନ୍ତି 

Manini Pattanayak
Browse all articles by Manini Pattanayak
·2 years ago·1 min read
ରାଉରକେଲାରେ ବ୍ୟାପିଛି ଝାଡାବାନ୍ତି 

ସୁନ୍ଦରଗଡ: ରାଉରକେଲାରେ ଝାଡାବାନ୍ତି ନେଲା ଆଉ ଏକ ଜୀବନ । ବ୍ୟାପିବାରେ ଲାଗିଛି ଡାଇରିଆ, ଉତ୍କଟ ହେଉଛି ସ୍ଥିତି । ଏବେ ସୁଦ୍ଧା 5 ଜଣଙ୍କ ମୃତ୍ୟୁ ହେଲାଣି । ସ୍ଥିତି ଅନୁଧ୍ୟାନ ପାଇଁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶକ୍ରମେ 4 ଜଣିଆ ଡାକ୍ତରୀ ଟିମ୍ ରାଉରକେଲାରେ ପହଞ୍ଚିଛନ୍ତି । ଡିସେମ୍ବର 10 ତାରିଖରୁ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଝାଡାବାନ୍ତିରେ 245 ଜଣ ଆତ୍କାନ୍ତ ହୋଇଥିବାବେଳେ ରାଉରକେଲା ସରକାରୀ ହସ୍ପିଟାଲରେ ଶତାଧିକ ରୋଗୀ ଭର୍ତ୍ତି ହୋଇଛନ୍ତି ।

ରାଉରକେଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ଏହି ସମୟରେ ବେଡ୍ ନଥିବାରୁ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ । ଏ ସବୁ ପଛର ମୂଳ କାରଣ ହେଉଛି ଦୂଷିତ ପାଣି । ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ୍ ମାରିଛନ୍ତି ସରକାର । ବିଜ୍ଞାପନ ଓ ପ୍ରଚାରରେ ସୀମିତ ଯୋଜନା ପରେ ଯୋଜନା କରି ଦେଉଥିବାର ଡିଣ୍ଡିମ ପଛର ବାସ୍ତବତା ସାମ୍ନାକୁ ଆସିଛି ରାଉରକେଲାରୁ  । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cholera spread in rourkela sundargarh , 5 death | Argus News