Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାଡାବାନ୍ତି ବ୍ୟାପିବା ପଛରେ ହଇଜା ଜୀବାଣୁ

Ritu Das
Browse all articles by Ritu Das
·2 years ago·2 min read
ଝାଡାବାନ୍ତି ବ୍ୟାପିବା ପଛରେ ହଇଜା ଜୀବାଣୁ

ଅର୍ଗସ ବ୍ୟୁରୋ: ମିଛ ପ୍ରଚାର ସତ ମୃତ୍ୟୁ। ସ୍ମାର୍ଟ ସିଟିର ହାର୍ଟରେ ଆତଙ୍କ ଖେଳାଇଥିବା ଝାଡାବାନ୍ତି ପଛରେ ହଇଜା ଜୀବାଣୁ । ରାଉରକେଲାରେ କାୟା ମେଲାଇଥିବା ହଇଜା ନେଲାଣି ୧୦ ମୁଣ୍ଡ ।  ଏବେ ବି ପାଖାପାଖି ୧ ହଜାର ଲୋକ ଆକ୍ରାନ୍ତ ଥିବା ସୂଚନା  ।  ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଆସୁଛି ଝାଡ଼ାବାନ୍ତି କେସ୍। ଆଜି ଟୋଲା ଅଂଚଳର ବିଜୟ କିଷାନ ଏଥିରେ ପ୍ରାଣ ହରାଇଛନ୍ତି। ଏଥିପାଇଁ 9 ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରି 37 ଟି ଜାଗାରେ ଫାଟି ଥିବା ପାଇପକୁ ମରାମତି କରାଯାଇଛି।  ଭୁବନେଶ୍ବର ଓ ସୁନ୍ଦରଗଡ଼ରୁ ଆସିଥିବା 10ଟି ଡାକ୍ତରୀ ଟିମ୍ ରୋଗୀଙ୍କ ସ୍ଥିତି ସମୀକ୍ଷା କରିବା ସହ ବସ୍ତି ବସ୍ତି ବୁଲି ତଦାରଖ କରିଛନ୍ତି। 

ରାଜ୍ୟ ସରକାରଙ୍କ ପୁରୁଷାର୍ଥ ଅଭାବରୁ ପ୍ରାଣ ହରାଉଛନ୍ତି ଗରିବ ଜନତା । ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ୍ ରାଜ୍ୟର ୨୪ ବର୍ଷର ସ୍ଥିର ବିଜେଡି ସରକାର। କେବଳ ରାଉରକେଲା ନୁହେଁ ରାଜ୍ୟ ସାରା ଏମିତି ମାଳ ମାଳ ଦୃଶ୍ୟ। ଇଏ ଦୃଶ୍ୟ ହେଉଛି ରାୟଗଡା କାଶୀପୁର ବ୍ଲକର  ବୋରିଗୁମା ଗାଁ। ଏଠି ସକାଳ ହେଲେ ପାଣି ପାଇଁ ଆରମ୍ଭ ହୋଇଯାଏ ସଂଘର୍ଷ। ତା ପୁଣି ବିଲ ମଝିରେ ଥିବା ଏହି ଚୁଆପାଣି ପାଇଁ। ଇଏ ସେହି କାଶୀପୁର ଯେଉଁଠି ୨୦୨୨ରେ ଝାଡାବାନ୍ତିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେମିତି ଇଏ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳରେ ଜୁଆଙ୍ଗ ଆଦିବାସୀଙ୍କ ସ୍ଥିତି ।  ବାଂଶପାଳଠାରୁ ୪୦ କିମି ଦୂରରେ ଥିବା ଜନ୍ତାରି ଗାଁରେ ରହୁଥିବା ପାଖାପାଖି ୧୦୦ଟି ଜୁଆଙ୍ଗ ପରିବାର ଶୋଷ ମେଣ୍ଟାଉଛି ଚୁଆ ପାଣି ।  ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଅଭାବରୁ ମାତ୍ର କିଛି ମାସ ଭିତରେ 11 ଆଦିବାସୀଙ୍କ ଅସ୍ବାଭାବିକ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ତୁନି ସାଧିଥିବାରୁ ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଏସବୁ ଦୃଶ୍ୟ ଖୋଲି ଦେଇଛି ବିଜେଡି ସରକାରର ମିଛ ପ୍ରଚାରର ପୋଲ। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ କେମିତି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ରାଜ୍ୟ ସରକାର ଏହା ତାର ଜ୍ବଳନ୍ତ ଉଦାହରଣ।  ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ନାଁରେ ବିଜେଡି ସରକାର ବହୁ ପ୍ରଚାର କଲେ। 2022ରେ ରାଉରକେଲା ସମେତ ରାଜ୍ୟର ଅନ୍ୟ 18 ସହରରେ ଏଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ। କିନ୍ତୁ ବର୍ଷକ ପରେ ରାଉରକେଲାର ଏ ଦୃଶ୍ୟ ଭାତହାଣ୍ଡିରୁ ଗୋଟିଏ ଭାତ ସଦୃଶ। ବଡ ପ୍ରଶ୍ନ, ମିଛ ପ୍ରଚାର କରି କେତେଦିନ ଭୁଆଁ ବୁଲାଇବେ ବିଜେଡି ସରକାର ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Cholera | Argus News