Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

DG Prisons May In Trouble / ଚୌଦ୍ବାର ଜେଲରୁ ସିସିଟିଭି ଫୁଟେଜ୍ ଗାଏବ ଘଟଣା, ଅଡ଼ୁଆରେ ପଡ଼ିପାରନ୍ତି ଜେଲ୍ ଡିଜି

Bikash Mohanty
Browse all articles by Bikash Mohanty
·2 weeks ago·3 min read
ଚୌଦ୍ବାର ଜେଲରୁ ସିସିଟିଭି ଫୁଟେଜ୍ ଗାଏବ ଘଟଣା, ଅଡ଼ୁଆରେ ପଡ଼ିପାରନ୍ତି ଜେଲ୍ ଡିଜି
Susant Kumar Nath

Key Points

ଚୌଦ୍ବାର ଜେଲରୁ ସିସିଟିଭି ଫୁଟେଜ୍ ଗାଏବ ଘଟଣା
ଅଡ଼ୁଆରେ ପଡ଼ିପାରନ୍ତି ଜେଲ୍ ଡିଜି ଓ ଜେଲ ଅଧୀକ୍ଷକ
ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ଜେଲ୍ ଡିଜି ଓ ଅଧୀକ୍ଷକ
ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପକ୍ଷରୁ ଏତଲା
ଚୌଦ୍ବାର ଥାନାରେ ଏତଲା ପରେ ପୋଲିସର ତନାଘନା



ଭୁବନେଶ୍ବର,୨୭/୦୬: ଚୌଦ୍ବାର ଜେଲରୁ ସିସିଟିଭି ଫୁଟେଜ୍, ଦସ୍ତାବିଜ ଗାଏବ ଘଟଣାରେ ଅଡ଼ୁଆରେ ପଡ଼ିପାରନ୍ତି ଜେଲ୍ ଡିଜି ଓ ଜେଲ ଅଧୀକ୍ଷକ । ଚୌଦ୍ୱାର ସର୍କଲ ଜେଲ୍‌ରୁ ଦୁଇ ବିହାରୀ ଅପରାଧୀ ଫେରାର୍ ଘଟଣାରେ ଏତଲା ଦେଇଥିଲେ  ରାଜ୍ୟସଭା ସାଂସଦ ସୁଜିତ କୁମାର।  ତାଙ୍କ ପକ୍ଷରୁ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ୱାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଚୌଦ୍ୱାର ଥାନାକୁ ଏତଲା ପଠାଯାଇଛି। ଏହି ଏତଲା ଆଧାରରେ ପୁଲିସ ଏକ ଷ୍ଟେସନ୍ ଡାଏରି କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଏତଲା ଆଧାରରେ ତଦନ୍ତ ପରିସର ଭୁକ୍ତ ହୋଇପାରନ୍ତି ବଡ ଅଧିକାରୀ I

ସେପଟେ ଅପରାଧୀ ଫେରାର୍ ହୋଇଥିବା ଦିନର ଜେଲ୍ ସିସି କ୍ୟାମେରା ଫୁଟେଜ୍‌ ଓ ଦସ୍ତାବିଜ୍ ଗାଏବ୍ ହୋଇଛି ବୋଲି ହୋଇଛି ଅଭିଯୋଗ I ଏହି ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ଜେଲ୍ ଡିଜି ଓ ଅଧୀକ୍ଷକ।
ଗତକାଲି ଚୌଦ୍ଵାର ଥାନାରେ ଜେଲ ଡିଜିଙ୍କ ବିରୁଦ୍ଧରେ ରାଜ୍ୟସଭା ଏମପି ସୁଜିତ୍ କୁମାର ଏତଲା ଦେଇଥିଲେ। । ଚୌଦ୍ୱାର ସର୍କେଲ୍ ଜେଲ୍‌ରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଏହି ଏତଲା ଦେଇଥିଲେ ସୁଜିତ କୁମାର। ଗତ ବର୍ଷ ଅକ୍ଟୋବର୍ ମାସରେ ଜେଲ୍‌ରୁ ଦୁଇ ଜଣ ହାର୍ଡକୋର ଅଣ୍ଡରଟ୍ରାଏଲ୍ ବନ୍ଦୀ ଫେରାର ହେବା ଘଟଣାରେ ସିଧାସଳଖ ଜେଲ୍ ବିଭାଗର ବଡ଼ ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଏହି ମାମଲାରେ ଜେଲ ଡିଜି ସୁଶାନ୍ତ କୁମାର ନାଥ ଓ ତତ୍କାଳିନ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ପଢନ୍ତୁ ଏହି ଖବର: ଜେଲ ଡିଜିଙ୍କ ବିରୁଦ୍ଧରେ ଏତଲା ଦେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର

ରାଜ୍ୟସଭା ସାଂସଦ ସୁଜିତ ତାଙ୍କ ଅଭିଯୋଗ ପତ୍ରରେ ପ୍ରିଜନ୍ସ୍ ଆଣ୍ଡ୍ କରେକ୍ସନାଲ୍ ସର୍ଭିସେସ୍ ଓଡ଼ିଶାର ଡାଇରେକ୍ଟର ଜେନେରାଲ୍ ସୁଶାନ୍ତ କୁମାର ନାଥ ଏବଂ ଚୌଦ୍ୱାର ସର୍କେଲ୍ ଜେଲ୍‌ର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ସୁଜିତ୍ କୁମାର ରାଉତଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର୍ ୨ ଏବଂ ୩ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର ଜେଲ୍‌ରୁ ସୁଭମ୍‌ ଓରଫ୍ ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଓରଫ୍ ରଣା ନାମକ ଦୁଇ ଜଣ ଦୁର୍ଦ୍ଦାନ୍ତ ବିଚାରାଧୀନ ବନ୍ଦୀ ପଳାଇଥିଲେ । ଏହି କଏଦୀ ମାନଙ୍କୁ ଖସାଇ ଦେବାରେ ଉପରୋକ୍ତ ଦୁଇ ଉଚ୍ଚପଦସ୍ଥ ଅଧିକାରୀ ସହାୟତା ଏବଂ ସହଯୋଗ କରିଥିଲେ।

ସାଂସଦଙ୍କ ଅଭିଯୋଗ ଅନୁସାରେ, ଘଟଣା ଘଟିବା ପରେ ଏହାକୁ ଚାପିଦେବା ପାଇଁ ବଡ଼ ଧରଣର ଷଡ଼୍‌ଯନ୍ତ୍ର କରାଯାଇଛି । ପ୍ରମାଣ ନଷ୍ଟ କରିବା, ତଥ୍ୟ ଲୁଚାଇବା, ସରକାରୀ ଦସ୍ତାବିଜ୍ ଓ ଦସ୍ତଖତ ଜାଲିଆତି କରିବା ସହ ଅଫିସିଆଲ୍ ରେକର୍ଡ ସହିତ ହେରଫେର କରାଯାଇଛି । ନିଜ ପଦବୀର ଦୁରୁପଯୋଗ କରି ଅଧିକାରୀଦ୍ୱୟ ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବାକୁ ଚେଷ୍ଟା କରିଛନ୍ତି ।


ସୁଜିତ୍ କୁମାର ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ପୂର୍ବରୁ ରୁଜୁ ହୋଇଥିବା ଏଫ୍‌.ଆଇ.ଆର୍ ତୁଳନାରେ ଏହି ନୂତନ ଅଭିଯୋଗଗୁଡ଼ିକ ଅଧିକ ଗମ୍ଭୀର । ତେଣୁ ଏହାକୁ ଏକ ସ୍ୱତନ୍ତ୍ର ମାମଲା ଭାବେ ଗ୍ରହଣ କରାଯାଉ । ହାଇକୋର୍ଟଙ୍କ ଆଦେଶ, ବିଭାଗୀୟ ଚିଠିପତ୍ର ଏବଂ ଅନ୍ୟାନ୍ୟ ନିଦର୍ଶନକୁ ଆଧାର କରି ସେ ଏହି ଅଭିଯୋଗ ଆଣିଛନ୍ତି । ଜେଲ୍ ପ୍ରଶାସନର ସ୍ୱଚ୍ଛତା ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଏକ ନିରପେକ୍ଷ ତଦନ୍ତ ଜରୁରୀ ବୋଲି ସେ କହିଛନ୍ତି । ଚୌଦ୍ୱାର ଥାନା ଆଇଆଇସିଙ୍କୁ ଦିଆଯାଇଥିବା ଏହି ଅଭିଯୋଗ ପତ୍ରରେ ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩ ର ଉପଯୁକ୍ତ ଧାରା ଅନୁଯାୟୀ ତୁରନ୍ତ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣାରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ନାମକ ଦୁଇ ଜଣ ବ୍ୟକ୍ତି ସାମିଲ ଥିଲେ । ପୋଲିସ ସେମାନଙ୍କୁ ଗିରଫ କରି ଚୌଦ୍ବାର ଜେଲ ପଠାଇଥିଲା। ୨୦୨୫ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଦୁହେଁ ପାଚେରୀ ଡେଇଁ ଫେରାର ହୋଇଥିଲେ । ଚମ୍ପଟ ମାରିଥିବା ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା। ଗତ ଏପ୍ରିଲରେ ରାଜା ସାହାଣୀକୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Choudwar Jail CCTV Footage Missing: DG Prisons May Face Trouble | Odisha News | Argus News