MP Sujeet Kumar allegations against DG / ଜେଲ ଡିଜିଙ୍କ ବିରୁଦ୍ଧରେ ଏତଲା ଦେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର
·2 months ago·2 min read

Key Points
ଚୌଦ୍ବାର ଜେଲରୁ କଏଦୀ ଫେରାର ଘଟଣା
ଜେଲ ଡିଜିଙ୍କ ବିରୁଦ୍ଧରେ ଏତଲା
ଏତଲା ଦେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର
ଜେଲ୍ ବିଭାଗର ବଡ଼ ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ

ଭୁବନେଶ୍ବର,୨୬/୦୬: ଚୌଦ୍ଵାର ଥାନାରେ ଜେଲ ଡିଜିଙ୍କ ବିରୁଦ୍ଧରେ ରାଜ୍ୟସଭା ଏମପି ସୁଜିତ୍ କୁମାର ଦେଲେ ଏତଲା । ଚୌଦ୍ୱାର ସର୍କେଲ୍ ଜେଲ୍ରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଏହି ଏତଲା ଦିଆଯାଇଛି। ଗତ ବର୍ଷ ଅକ୍ଟୋବର୍ ମାସରେ ଜେଲ୍ରୁ ଦୁଇ ଜଣ ହାର୍ଡକୋର ଅଣ୍ଡରଟ୍ରାଏଲ୍ ବନ୍ଦୀ ଫେରାର ହେବା ଘଟଣାରେ ସିଧାସଳଖ ଜେଲ୍ ବିଭାଗର ବଡ଼ ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଏହି ମାମଲାରେ ଜେଲ ଡିଜି ସୁଶାନ୍ତ କୁମାର ନାଥ ଓ ତତ୍କାଳିନ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ରାଜ୍ୟସଭା ସାଂସଦ ସୁଜିତ ତାଙ୍କ ଅଭିଯୋଗ ପତ୍ରରେ ପ୍ରିଜନ୍ସ୍ ଆଣ୍ଡ୍ କରେକ୍ସନାଲ୍ ସର୍ଭିସେସ୍ ଓଡ଼ିଶାର ଡାଇରେକ୍ଟର ଜେନେରାଲ୍ ସୁସାନ୍ତ କୁମାର ନାଥ ଏବଂ ଚୌଦ୍ୱାର ସର୍କେଲ୍ ଜେଲ୍ର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ସୁଜିତ୍ କୁମାର ରାଉଳାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର୍ ୨ ଏବଂ ୩ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର ଜେଲ୍ରୁ ସୁଭମ୍ ଓରଫ୍ ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଓରଫ୍ ରଣା ନାମକ ଦୁଇ ଜଣ ଦୁର୍ଦ୍ଦାନ୍ତ ବିଚାରାଧୀନ ବନ୍ଦୀ ପଳାଇଥିଲେ । ଏହି କଏଦୀ ମାନଙ୍କୁ ଖସାଇ ଦେବାରେ ଉପରୋକ୍ତ ଦୁଇ ଉଚ୍ଚପଦସ୍ଥ ଅଧିକାରୀ ସହାୟତା ଏବଂ ସହଯୋଗ କରିଥିଲେ।
ସାଂସଦଙ୍କ ଅଭିଯୋଗ ଅନୁସାରେ, ଘଟଣା ଘଟିବା ପରେ ଏହାକୁ ଚାପିଦେବା ପାଇଁ ବଡ଼ ଧରଣର ଷଡ଼୍ଯନ୍ତ୍ର କରାଯାଇଛି । ପ୍ରମାଣ ନଷ୍ଟ କରିବା, ତଥ୍ୟ ଲୁଚାଇବା, ସରକାରୀ ଦସ୍ତାବିଜ୍ ଓ ଦସ୍ତଖତ ଜାଲିଆତି କରିବା ସହ ଅଫିସିଆଲ୍ ରେକର୍ଡ ସହିତ ହେରଫେର କରାଯାଇଛି । ନିଜ ପଦବୀର ଦୁରୁପଯୋଗ କରି ଅଧିକାରୀଦ୍ୱୟ ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବାକୁ ଚେଷ୍ଟା କରିଛନ୍ତି ।
ପଢନ୍ତୁ ଏହି ଖବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା
ସୁଜିତ୍ କୁମାର ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ପୂର୍ବରୁ ରୁଜୁ ହୋଇଥିବା ଏଫ୍.ଆଇ.ଆର୍ ତୁଳନାରେ ଏହି ନୂତନ ଅଭିଯୋଗଗୁଡ଼ିକ ଅଧିକ ଗମ୍ଭୀର । ତେଣୁ ଏହାକୁ ଏକ ସ୍ୱତନ୍ତ୍ର ମାମଲା ଭାବେ ଗ୍ରହଣ କରାଯାଉ । ହାଇକୋର୍ଟଙ୍କ ଆଦେଶ, ବିଭାଗୀୟ ଚିଠିପତ୍ର ଏବଂ ଅନ୍ୟାନ୍ୟ ନିଦର୍ଶନକୁ ଆଧାର କରି ସେ ଏହି ଅଭିଯୋଗ ଆଣିଛନ୍ତି । ଜେଲ୍ ପ୍ରଶାସନର ସ୍ୱଚ୍ଛତା ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଏକ ନିରପେକ୍ଷ ତଦନ୍ତ ଜରୁରୀ ବୋଲି ସେ କହିଛନ୍ତି । ଚୌଦ୍ୱାର ଥାନା ଆଇଆଇସିଙ୍କୁ ଦିଆଯାଇଥିବା ଏହି ଅଭିଯୋଗ ପତ୍ରରେ ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩ ର ଉପଯୁକ୍ତ ଧାରା ଅନୁଯାୟୀ ତୁରନ୍ତ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣାରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ନାମକ ଦୁଇ ଜଣ ବ୍ୟକ୍ତି ସାମିଲ ଥିଲେ । ପୋଲିସ ସେମାନଙ୍କୁ ଗିରଫ କରି ଚୌଦ୍ବାର ଜେଲ ପଠାଇଥିଲା। ୨୦୨୫ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଦୁହେଁ ପାଚେରୀ ଡେଇଁ ଫେରାର ହୋଇଥିଲେ । ଚମ୍ପଟ ମାରିଥିବା ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା। ଗତ ଏପ୍ରିଲରେ ରାଜା ସାହାଣୀକୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ।
Related Topics
Explore more stories