Chaudwar Jail / ଦଶହରା ରାତିରେ ୨ ବିହାରୀ କଏଦୀ ଖସିଯିବା ଘଟଣା, ଚୌଦ୍ଵାର ଜେଲ୍ ଜେଲର୍ଙ୍କୁ କଣ୍ଟାବାଞ୍ଜି ବଦଳି

Key Points
ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ ସନ୍ତୋଷିନୀ ଦାସଙ୍କୁ କଣ୍ଟାବାଞ୍ଜି ବଦଳି କରାଯାଇଛି । ସନ୍ତୋଷିନୀଙ୍କୁ କଣ୍ଟାବାଞ୍ଜି ଉପ କାରାଗାର ପ୍ରଶାସନିକ ଦାୟିତ୍ଵ ଦିଆଯାଇଛି । ଏନେଇ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ତତ୍କ୍ଷଣାତ ଲାଗୁ ପାଇଁ କୁହାଯାଇଛି ।
କଟକ: ଚୌଦ୍ଵାର ମଣ୍ଡଳ କାରାଗାରର ଜେଲ୍ରଙ୍କୁ ବଦଳି କରାଯାଇଛି । ଚୌଦ୍ଵାର ଜେଲ୍ର ନୂଆ ଜେଲର୍ ଭାବେ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି । ରଘୁରାଜ କଣ୍ଟାବାଞ୍ଜି ଉପ କାରାଗାର ଜେଲ୍ରେ ଥିଲେ, ତାଙ୍କୁ ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ କରାଯାଇଛି ।
ସେହିଭଳି ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ ସନ୍ତୋଷିନୀ ଦାସଙ୍କୁ କଣ୍ଟାବାଞ୍ଜି ବଦଳି କରାଯାଇଛି । ସନ୍ତୋଷିନୀଙ୍କୁ କଣ୍ଟାବାଞ୍ଜି ଉପ କାରାଗାର ପ୍ରଶାସନିକ ଦାୟିତ୍ଵ ଦିଆଯାଇଛି । ଏନେଇ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ତତ୍କ୍ଷଣାତ ଲାଗୁ ପାଇଁ କୁହାଯାଇଛି ।
ଚୌଦ୍ଵାର ଜେଲ୍ର ଦୁଇଟି ଅଲଗା ଅଲଗା ସେଲ୍ରେ ରହୁଥିବା ଦୁଇ କଏଦୀ ଦଶହରା ରାତିରେ ସେଲ୍ କାଟି ଚମ୍ପଟ ମାରିଥିଲେ । ଦୁଇଟି ସେଲ୍ର ରଡ୍ କାଟିବା ପରେ ଦଶହରା ରାତିରେ ପଛପଟ ପାଚେରୀ ଦେଇ ଖସି ଯାଇଥିଲେ କଏଦୀ ।
ଏଥିସହ ପଢ଼ନ୍ତୁ: ଚୌଦ୍ଵାର ଜେଲ୍ରୁ ୨ କଏଦୀ ଚମ୍ପଟ ଘଟଣାରେ ଆକ୍ସନ, ସସ୍ପେଣ୍ଡ ହେଲେ ୨ ୱାର୍ଡର
ଜେଲ୍ରେ ଘୋଡ଼ି ହେଉଥିବା କମ୍ବଳକୁ କାଟି ଦୌଡ଼ି ଭଳି ଭିଡ଼ିବା ପରେ ପାଚେରୀ ଡେଇଁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ଜେଲ୍ ଡିଜି । ୨ ଫେରାର୍ କଏଦୀ ବିହାରର । ୭ ମାସ ତଳେ ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନର ଦୋକାନୀକୁ ହତ୍ୟା କରି ଲୁଟ୍ ଘଟଣାରେ ଗିରଫ ହୋଇ ସଜା କାଟୁଥିଲେ ।
ତେବେ ଦୁଇ କଏଦୀ ଚୌଦ୍ଵାର ଜେଲ୍ରୁ ଫେରାର୍ ପାଇଁ ଏହା ପ୍ରଥମ ଉଦ୍ୟମ ନଥିଲା । ଏହା ପୂର୍ବରୁ ଦୁହେଁ ଫେରାର୍ ହେବା ଲାଗି ଉଦ୍ୟମ କରିଥିଲେ । ଚମ୍ପଟ ମାରିବାକୁ ୩ ମାସ ପୂର୍ବରୁ ଯୋଜନା କରିଥିଲେ ଉଭୟ ।
📱 Get Argus News App
✨ପୂର୍ବରୁ ଚୌଦ୍ଵାର ଜେଲ୍ର ଗୋଟିଏ ୱାର୍ଡରେ ଦୁଇ କଏଦୀ ରହୁଥିଲେ । ୩ ମାସ ତଳେ ଏମାନଙ୍କଠାରୁ ଆରି ପାତିଆ ମଧ୍ୟ ଜବତ କରାଯାଇଥିଲା । ଆରି ପାତିଆ ଜବତ ପରେ ଉଭୟଙ୍କୁ ଅଲଗା କରାଯାଇ ସ୍ଵତନ୍ତ୍ର ସେଲ୍ରେ ରଖା ଯାଇଥିଲା ।
ଏଥିସହ ପଢ଼ନ୍ତୁ: ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର
ସେତେବେଳେ ଜଣେ କଏଦୀଙ୍କଠାରୁ ଜିଭ ଛେଲିବା ଲାଗି ବ୍ୟବହୃତ ପାତିଆ ମିଳିଥିଲା । ଯାହାକୁ ଧାର କରି କଏଦୀ ଜଣଙ୍କ ସେଲର ୪ଟି ରଡ୍ କାଟି ବାହାରକୁ ଆସିବା ସହ ଫେରାର୍ ହୋଇ ଯାଇଥିବା ସୂଚନା ମିଳିଛି । ଜେଲ୍ର ଭିତର ପଟେ କମ୍ବଳ ଦଉଡ଼ି ଆଉ ବାହାର ପଟେ ବାଉଁଶ ପକାଇ ଦୁହେଁ ଖସି ପଳାଇଥିଲେ ।
ଜେଲ୍ର କଡ଼ା ସୁରକ୍ଷା ଭେଦି କେମିତି ଖସିଗଲେ କଏଦୀ ? ଅଭିଯୁକ୍ତ ଫେରାର୍ ପଛରେ କିଏ ଅଛି ? ଚୌଦ୍ଵାର ମଣ୍ଡଳ କାରାଗାର ସ୍ପେଶାଲ୍ ସେଲ୍ରୁ ଦୁଇ କଏଦୀ ଚମ୍ପଟ ହେବା ପରେ ୩ ତାରିଖରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ ।
ଫେରାର୍ କଏଦୀଙ୍କୁ ଚିହ୍ନଟ କରି ଧରାଇ ଦେଲେ ପୁରସ୍କାର ଘୋଷଣା ଦେବାକୁ ଘୋଷଣା କରିଥିଲା କମିଶନରେଟ୍ ପୋଲିସ ।
ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଏବଂ ମଧୁକାନ୍ତ କୁମାରଙ୍କୁ ଧରାଇ ଦେଲେ ପୋଲିସ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା । ଏଥିପାଇଁ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିବା ସହ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କହିଥିଲା । ୨ ବିହାରୀ କଏଦୀ ଫେରାର୍କୁ ୧୧ ଦିନରୁ ଅଧିକ ବିତିଥିବା ବେଳେ ପୋଲିସକୁ ଏଯାଏଁ କୌଣସି ସଫଳତା ମିଳିନାହିଁ ।
Related Topics
Explore more stories
