Videos
|
Odisha

CHSE Deadline Extension / ୯ ନୁହେଁ, ଏବେ ୧୨ ଅକ୍ଟୋବର...ଯୁକ୍ତଦୁଇ ଫର୍ମ ଫିଲ୍‌ଅପ୍‌ ଅବଧି ବଢ଼ାଇଲା CHSE

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
୯ ନୁହେଁ, ଏବେ ୧୨ ଅକ୍ଟୋବର...ଯୁକ୍ତଦୁଇ ଫର୍ମ ଫିଲ୍‌ଅପ୍‌ ଅବଧି ବଢ଼ାଇଲା CHSE
CHSE

Key Points

ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର
ବଢ଼ିଲା ଫର୍ମ ଫିଲ୍‌ଅପ୍‌ ଅବଧି
ଏକ୍ସ-ରେଗୁଲାର୍‌ଙ୍କ ପାଇଁ ବଢ଼ିଲା ସମୟସୀମା
ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲ୍‌ଅପ୍‌ ଅବଧି ବଢ଼ାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ଏଣିକି ବିନା କୌଣସି ଫାଇନ୍‌ରେ ଆସନ୍ତା ୧୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଫର୍ମ ଫିଲ୍‌ଅପ୍‌ କରିପାରିବେ ।

ଆସନ୍ତା ବର୍ଷ ହେବାକୁ ଥିବା ଯୁକ୍ତଦୁଇ ବାର୍ଷିକ ପରୀକ୍ଷା ପାଇଁ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲ୍‌ଅପ୍‌ ନେଇ CHSE ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ପୂର୍ବରୁ ଫର୍ମ ଫିଲ୍‌ଅପ୍‌ର ଶେଷ ତାରିଖ ୯ ଅକ୍ଟୋବର ଧାର୍ଯ୍ୟ କରାଯାଇଥିଲା । ଏବେ ଏହାକୁ ଆଉ ୩ ଦିନ ବଢ଼ାଇ ୧୨ ଅକ୍ଟୋବର କରାଯାଇଛି ।
ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ଫର୍ମ ଫିଲ୍‌ଅପ୍‌ କରୁଥିବା ପରୀକ୍ଷାର୍ଥୀଙ୍କୁ କୌଣସି ଅତିରିକ୍ତ ଫାଇନ୍‌ ଦେବାକୁ ପଡ଼ିବ ନାହିଁ । କଳା, ବାଣିଜ୍ୟ ଓ ବିଜ୍ଞାନ ସହିତ ଭୋକେସନାଲ୍‌ ଏବଂ କରେସ୍ପଣ୍ଡେନ୍ସ କୋର୍ସର ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସୁଯୋଗ ପାଇପାରିବେ ।

କଲେଜ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ପକ୍ଷରୁ ଫର୍ମ ଫିଲ୍‌ଅପ୍‌ ସମୟସୀମା ବଢ଼ାଇବାକୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ବିଚାର କରି CHSE ଫର୍ମ ଫିଲ୍‌ଅପ୍‌ ଅବଧି ବୃଦ୍ଧି କରିଛି ।

CHSE ପକ୍ଷରୁ ୮ ଅକ୍ଟୋବର ୨୦୨୬ରେ ଜାରି ହୋଇଥିବା ନୋଟିଫିକେସନ୍‌ରେ ଏହି ସୂଚନା ଦିଆଯାଇଛି । ତେବେ ଫର୍ମ ଫିଲ୍‌ଅପ୍‌ର ଅନ୍ୟ ସମସ୍ତ ତାରିଖ, ଫି’ ଏବଂ ପୂର୍ବରୁ ଜାରି ହୋଇଥିବା ନିୟମାବଳୀ ଅପରିବର୍ତ୍ତିତ ରହିବ ବୋଲି ସ୍ପଷ୍ଟ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ ଯେଉଁ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀମାନେ ଏପର୍ଯ୍ୟନ୍ତ ଫର୍ମ ଫିଲ୍‌ଅପ୍‌ କରିନାହାନ୍ତି, ସେମାନେ ୧୨ ଅକ୍ଟୋବର ମଧ୍ୟରେ ନିଜ ନିଜ ଶିକ୍ଷାନୁଷ୍ଠାନ ମାଧ୍ୟମରେ ଫର୍ମ ଫିଲ୍‌ଅପ୍‌ କରିପାରିବେ ।