Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CHSE Exam / ବଦଳିଲା ଯୁକ୍ତ ୨ ପରୀକ୍ଷା ତାରିଖ; ମାର୍ଚ୍ଚ ୨୧ ପରିବର୍ତ୍ତେ ୨୫ରେ ସରିବ...

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବଦଳିଲା ଯୁକ୍ତ ୨ ପରୀକ୍ଷା ତାରିଖ; ମାର୍ଚ୍ଚ ୨୧ ପରିବର୍ତ୍ତେ ୨୫ରେ ସରିବ...
Odisha +2 Revised Schedule

Key Points

ପୂର୍ବ ପ୍ରକାଶିତ ସୂଚୀ ଅନୁସାରେ, ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ହେଲେ ମାର୍ଚ୍ଚ ୨୧ ପରିବର୍ତ୍ତେ ୨୫ରେ ସରିବ । ଯୁକ୍ତ ୨ ପରୀକ୍ଷାର ୧୫ତମ ଦିନ ମାର୍ଚ୍ଚ ୧୧ (ବୁଧବାର) ଥିବା ପରୀକ୍ଷା ମାର୍ଚ୍ଚ ୨୩ ସୋମବାର ଅନୁଷ୍ଠିତ ହେବ ।
ଭୁବନେଶ୍ଵର: ଯୁକ୍ତ ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ମାର୍ଚ୍ଚ ୨୧ ପରିବର୍ତ୍ତେ ୨୫ରେ ସରିବ ଯୁକ୍ତ ୨ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ବାର୍ଷିକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ନେଇ ସୂଚନା ଦିଆଯାଇଛି ।

ପୂର୍ବ ପ୍ରକାଶିତ ସୂଚୀ ଅନୁସାରେ, ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ହେଲେ ମାର୍ଚ୍ଚ ୨୧ ପରିବର୍ତ୍ତେ ୨୫ରେ ସରିବ । ଯୁକ୍ତ ୨ ପରୀକ୍ଷାର ୧୫ତମ ଦିନ ମାର୍ଚ୍ଚ ୧୧ (ବୁଧବାର) ଥିବା ପରୀକ୍ଷା ମାର୍ଚ୍ଚ ୨୩ ସୋମବାର ଅନୁଷ୍ଠିତ ହେବ । ସେହିଭଳି ପରୀକ୍ଷାର ୨୨ତମ ଦିନ ମାର୍ଚ୍ଚ ୨୧ (ଶନିବାର) ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୫ ତାରିଖ (ବୁଧବାର) ହେବ ।

ଏଥିସହ ପଢ଼ନ୍ତୁ: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
 
ପୂର୍ବ ସୂଚୀ ଅନୁସାରେ, ମାର୍ଚ୍ଚ ୧୧ରେ ହେବାକୁ ଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ହିନ୍ଦୀ, ସଂସ୍କୃତ ଭାଷା ପରୀକ୍ଷା ମାର୍ଚ୍ଚ ୨୩ରେ ଅନୁଷ୍ଠିତ ହେବ । ସେହିଭଳି ମାର୍ଚ୍ଚ ୨୧ରେ ହେବାକୁ ଥିବା କଳାର ଲଜିକ୍ ଏବଂ ବାଣିଜ୍ୟର ଆକାଉଣ୍ଟାନ୍ସି ପରୀକ୍ଷା ମାର୍ଚ୍ଚ ୨୫ରେ ହେବ । ମାର୍ଚ୍ଚ ୨୧ରେ ହେବାକୁ ଥିବା ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଚତୁର୍ଥ ପେପର୍ ପରୀକ୍ଷା ୨୫ ତାରିଖରେ ଅନୁଷ୍ଠିତ ହେବ ।

ଏହି ଦୁଇ ଦିନ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିବା ବେଳେ ପୂର୍ବ ପରୀକ୍ଷା ସୂଚୀ ଅନୁସାରେ ଅନ୍ୟ ବିଷୟ ପରୀକ୍ଷା ହେବ । ଚଳିତବର୍ଷ ମୋଟ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ଏଥର ୧୩୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

କଳାରେ ୨ ଲକ୍ଷ ୫୬ ହଜାର ୪୩ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍‌ କରିଛନ୍ତି । ବାଣିଜ୍ୟରେ ୨୪ ହଜାର ୫୩୩ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ବିଜ୍ଞାନରେ ସମୁଦାୟ ୧ ଲକ୍ଷ ୧୪ ହଜାର ୨୩୮ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଧନ୍ଦାମୂଳକରେ 5923 ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଏଥିସହ ପଢ଼ନ୍ତୁ: ପଶ୍ଚିମାଝଡ଼ ସୁହାଇବ ନା କାକର ଯୋଗୁଁ ପ୍ରଭାବିତ ହେବ ଭାରତ-ଦକ୍ଷିଣ ଆଫ୍ରିକା T20

ଏଆଇ ସର୍ଭେଲାନ୍ସରେ ରହିବ ପରୀକ୍ଷା କେନ୍ଦ୍ର । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି । ଏଥର ପ୍ରଥମ ଥର ପାଇଁ ପ୍ରାଟିକାଲ ପରୀକ୍ଷାରେ ହେବ ୱେବ୍ ଷ୍ଟ୍ରିମିଂ ଏବଂ ଲାଇଭ୍ ଷ୍ଟ୍ରିମିଂ । ପ୍ରତି ଜିଲ୍ଲାରେ ୨ଟି ଫ୍ଲାଇଁ ସ୍କ୍ଵା଼ଡ୍ ରହିବେ । ୮୯ଟି ଅପଗ୍ରେଡ୍ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ । ଅଧ ଘଣ୍ଟା ଆଗରୁ ପରୀକ୍ଷା ହଲ୍‌ରେ ପ୍ରବେଶ କରିବେ ଛାତ୍ରଛାତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CHSE Odisha +2 Exams Rescheduled to March 25 Instead of 21 | Argus News | Argus News