Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାରା ଓଡି଼ଶାରେ ତୀବ୍ର ହେଉଛି ଗୋଷ୍ଠୀ ବିବାଦ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସାରା ଓଡି଼ଶାରେ ତୀବ୍ର ହେଉଛି ଗୋଷ୍ଠୀ ବିବାଦ

ଅର୍ଗସ ବ୍ୟୁରୋ:  ବଢୁଛି ବିଜେଡି ଗୋଷ୍ଠୀ କନ୍ଦଳ । ସାରା ଓଡି଼ଶାରେ ତୀବ୍ର ହେଉଛି ଗୋଷ୍ଠୀ ବିବାଦ । ଦୋହଲି ଯାଉଛି ବିଜେଡି ସଙ୍ଗଠନ । ପାରାଦ୍ବୀପରେ ପୁଣି ଜୋର ଧରିଲା ମୂଷା ଉପାଖ୍ୟାନ । ବିଜେଡିରେ ଏବେ ଉଗ୍ରରୂପ ନେଇଛି ଗୋଷ୍ଠୀ କନ୍ଦଳ । ଦଳ ମଧ୍ୟରେ କେତେଜଣ ଢୋଲ ଭିତରେ ମୂଷା ଭଳି କାମ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଏବେ ସେହି ମୂଷା ମାନଙ୍କୁ ଚିହ୍ନଟ କରିବା ସହ ମୂଷାଙ୍କୁ ଢମଣା ସାପ ଦ୍ଵାରା ନିପାତ କରିବା ସମୟ ଆସିଛି ।

ସାଧାରଣ ନିର୍ବାଚନକୁ ଏହାରି ଭିତରେ ମାସେରୁ ଅଧିକ ସମୟ ହେଲା ସରିଲାଣି । କିନ୍ତୁ ପାରାଦ୍ବୀପ ବିଜେଡିର ସମୀକ୍ଷା ବୈଠକ ଵସିନଥିଲା । ଵହୁ ଵାଦଵିଵାଦ ପରେ ବସିଥିଲା ବୈଠକ । ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମେତ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ଅରିନ୍ଦମ ସର୍ଖେଲ ଉପସ୍ଥିତ ଥିଲେ । କିଛି ଦିନ ପୂର୍ବେ ଡୋଲ ଭିତରେ ମୂଷା ଉପାଖ୍ୟାନ କହି ଚର୍ଚ୍ଚାକୁ ଆସିଥିଲେ ସମ୍ବିତ ରାଉତରାୟ । ଏଠି ପ୍ରଶ୍ନ ଉଠୁଛି କ୍ଷମତାରୁ ଯିବା ପରେ ଭାଙ୍ଗି ଯିବ କି ବିଜେଡି ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Clan conflict in all over odisha | Argus News