Videos
|
Odisha

କାମାକ୍ଷାନଗର କଲେଜରେ ଦୁଇ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ: ଜଣେ ଗୁରୁତର

Ritu Das
Browse all articles by Ritu Das
·2 years ago·1 min read
କାମାକ୍ଷାନଗର କଲେଜରେ ଦୁଇ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ: ଜଣେ ଗୁରୁତର

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ଦୁଇ ଛାତ୍ରଙ୍କ ମଧ୍ୟରେ ଘମାଘୋଟ ଲଢେଇ ଘଟିଛି। ସଂଘର୍ଷରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ଜଣଙ୍କ କାମାକ୍ଷାନଗର କଲେଜ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବା ସୂଚନା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

ସେପଟେ ଖବର ପାଇ କାମାକ୍ଷାନଗର ପୋଲିସ କଲେଜରେ ଜଣେ ଛାତ୍ରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଦେଇଛି। ତେବେ ମୋବାଇଲ ଗେମ ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା ଜଣାପଡିଛି। ଜଣେ ଛାତ୍ର ମୋବାଇଲ ଗେମ ଖେଳୁଥିବା ବେଳେ ଅନ୍ୟ ଜଣେ ଛାତ୍ର ତାଙ୍କୁ ଉଚ୍ଚ ସାଉଣ୍ଡ ନକରିବା ପାଇଁ ବାରଣ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଜଣେ ଛାତ୍ର ଏକ କାଠ ଫାଳିଆରେ ଅନ୍ୟ ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ସେ ଗୁରୁତର ହୋଇଥିଲେ। ଏ ନେଇ ବିଦ୍ୟାଳୟରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ଓ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବୁଝାଶୁଝା ପରେ କଲେଜ ଶାନ୍ତ ପଡିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: