Videos
|
Odisha

Student Ragging / ହଷ୍ଟେଲରେ ଛାତ୍ରଙ୍କୁ ପିଟିଲେ ଛାତ୍ର: ଥାନାରେ ଏତଲା, ଭାଇରାଲ ହେଉଛି ଭିଡିଓ

Banajyotshna Ray
Browse all articles by Banajyotshna Ray
·1 month ago·2 min read
ହଷ୍ଟେଲରେ ଛାତ୍ରଙ୍କୁ ପିଟିଲେ ଛାତ୍ର: ଥାନାରେ ଏତଲା, ଭାଇରାଲ ହେଉଛି ଭିଡିଓ
Student Ragging

Key Points

ହଷ୍ଟେଲରେ ଛାତ୍ରଙ୍କୁ ପିଟିଲେ ଛାତ୍ର
ଭାଇରାଲ ହେଉଛି ଭିଡିଓ
ଥାନାରେ ଦିଆଗଲା ଏତଲା
ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ପ୍ରବଳ ମାଡ । ଗୋରୁଗାଈ ପରି ଜୁନିୟରଙ୍କୁ ପିଟିଲା ସିନିୟର। ଉକ୍ତ ଘଟଣାରେ ଜଡିତ ସମସ୍ତ ଛାତ୍ରଙ୍କ ନାଁରେ ଚାନ୍ଦିଲୁ ଥାନାରେ ସ୍କୁଲର ପ୍ରଧାନ ଶିକ୍ଷକ ଏତେଲା ଦେଇଛନ୍ତି । ଏହା ସହିତ ରିଭଲକଣା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହି ଘଟଣା ସମ୍ପର୍କରେ ମଙ୍ଗଳବାର ବିଭାଗ ପକ୍ଷରୁ ନୋଟିସ କରାଯାଇଥିବା ନେଇ କହିଛନ୍ତି ରାୟଗଡା ଜିଲ୍ଲାପାଳ।''ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହାସହ ଏହି ମାଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସବୁଠି ଉତ୍ତେଜନା ଦେଖିବାକୁ ମିଳିଛି।''ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ନଡିଆଗଛ ବାହୁଙ୍ଗାରେ ପିଟିଲେ ଦଶମ ଶ୍ରେଣୀ ଛାତ୍ର।''

ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ପଶୁ ପରି ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଭିଜୁଆଳରେ ଦେଖିବାକୁ ମିଳିଛି। ଏହି ବିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି କୋଲନରା ବ୍ଲକ ଅନ୍ତର୍ଗତ ଚାନ୍ଦିଲି ଥାନା ଅନ୍ତର୍ଗତ ରିଭଲକଣା ସରକାରୀ ବିଦ୍ୟାଳୟରେ । ଗତ ଶନିବାର ଦିନ ହଷ୍ଟେଲରେ ଥିବା ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ର ବିଦ୍ୟାଳୟ ପରିସରରେ କ୍ରିକେଟ ଖେଳୁଥିଲେ । କ୍ରିକେଟ ଖେଳ ସାରିବାର ଲେଟ ହେବାରୁ ଛାତ୍ରମାନେ ସଫେଇ କାମ କରିପାରିନଥିଲେ ।''

ଏଥିସହ ପଢ଼ନ୍ତୁ: ପୋଲିସ୍‌ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଥାନାରେ EV ଚାର୍ଜିଂ ମନା...ନମାନିଲେ ହେବ ଆକ୍ସନ

ଫଳରେ ଦଶମ ଶ୍ରେଣୀ ଛାତ୍ର ରାଗିଯାଇ ଗତ ଶନିବାର ଦିନ ପିଲାଙ୍କୁ ଡାକି ମାଡ଼ ମାରିବା ସହ କାହାକୁ ନକହିବା ପାଇଁ ଧମକାଇଥିଲେ । ପରେ ଛାତ୍ରମାନେ ବିଦ୍ୟାଳୟର ପ୍ରଧାନଶିକ୍ଷାକଙ୍କୁ ଜଣାଇଥିଲେ । ପ୍ରଧାନଶିକ୍ଷାକଙ୍କୁ କାହିଁକି ଜଣାଇଲ କହି ପୁଣି ରବିବାର ଦିନ କ୍ରିକେଟ ବ୍ୟାଟ, ନଡିଆଗଛ ବାହୁଙ୍ଗା ଏବଂ ବାଡ଼ି ସଙ୍ଗେ ଅଷ୍ଟମ ଶ୍ରେଣୀର ତିନିଜଣ ଛାତ୍ରଙ୍କ ସହ ନବମ ଶ୍ରେଣୀର ୩୦ ଜଣ ଛାତ୍ରଙ୍କୁ ପିଟି ଚାଲିଥିଲେ । ତେବେ ଘଟଣା ଘଟିବାର ୩ ଦିନ ବିତିଯାଇଥିଲେ ମଧ୍ୟ ମାଡ ଖାଇଥିବା ଛାତ୍ରଙ୍କ ପରିବାରକୁ ବିଦ୍ୟାଳୟ ପକ୍ଷରୁ ଖବର ଦିଆଯାଇନି । ବର୍ତ୍ତମାନ ପିଲାମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ମାଡ ମାରିଥିବା ଦଶମ ଶ୍ରେଣୀ ଛାତ୍ରଙ୍କୁ ଘରକୁ ପଠାଇଦିଆଯାଇ ଥିବା ନେଇ ଶିକ୍ଷକ ସୂଚନା ଦେଇଛନ୍ତି।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ମାଡମାରିଥିବା ଛାତ୍ରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ତେବେ ଏନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସ୍କୁଲ, କଲେଜ ଏବଂ ହଷ୍ଟେଲରେ ରାଗିଂ ଉଠିଯାଇଥିବା ପରେ ବି ଛାତ୍ରମାନେ କାହିଁକି ଏପରି କରିଛନ୍ତି, ଏନେଇ ହେବ ଦୃଢ଼ କାର୍ଯ୍ୟାନୁଷ୍ଠା।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories