Videos
|
Odisha

EV Charging at Police Stations / ପୋଲିସ୍‌ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଥାନାରେ EV ଚାର୍ଜିଂ ମନା...ନମାନିଲେ ହେବ ଆକ୍ସନ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ପୋଲିସ୍‌ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଥାନାରେ EV ଚାର୍ଜିଂ ମନା...ନମାନିଲେ ହେବ ଆକ୍ସନ
EV Charging at Police Stations

Key Points

ପୋଲିସ କର୍ମଚାରୀଙ୍କ ପାଇଁ ବଡ଼ ନିୟମ
ଥାନାରେ EV ଚାର୍ଜିଂ ସମ୍ପୂର୍ଣ୍ଣ ମନା
ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
ପୋଲିସ ବାବୁଙ୍କ ପାଇଁ କଡା ନିର୍ଦ୍ଦେଶ । ଥାନାରେ ଇଭି ଗାଡି ଚାର୍ଜିଂ ମନା । କ୍ୱାର୍ଟରକୁ ବେଆଇନ ସଂଯୋଗ ଉପରେ ବି କଟକଣା । ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଓଡ଼ିଶଶ ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।

ଓଡ଼ିଶା ପୋଲିସ ପକ୍ଷରୁ ଅଫିସ୍ ପରିସରରେ ବିଦ୍ୟୁତ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା, ରେଞ୍ଜ, ପ୍ରତିଷ୍ଠାନ ଏବଂ ବାଟାଲିୟନ ମୁଖ୍ୟଙ୍କୁ ପଠାଯାଇଥିବା ଚିଠିରେ ଅଫିସ୍ ବିଦ୍ୟୁତର ଦୁରୁପଯୋଗ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ କୁହାଯାଇଛି । ବିଶେଷକରି ଥାନା କିମ୍ବା ଅଫିସ୍ ପରିସରରେ ବ୍ୟକ୍ତିଗତ ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜ କରିବା ଏବଂ ଅଫିସ୍‌ରୁ କ୍ୱାର୍ଟର କିମ୍ବା ବାରାକକୁ ବେଆଇନ ବିଦ୍ୟୁତ ସଂଯୋଗ ଦେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

ପୋଲିସ ମୁଖ୍ୟାଳୟ ପକ୍ଷରୁ କରାଯାଇଥିବା ଚିଠିରେ କୁହାଯାଇଛି ଯେ, କେତେକ ପୋଲିସ ପ୍ରତିଷ୍ଠାନରେ ମୁଖ୍ୟ ଅଫିସ୍ ବିଦ୍ୟୁତ ଲାଇନରୁ କ୍ୱାର୍ଟର ଓ ବାରାକକୁ ବେଆଇନ ଭାବେ ସଂଯୋଗ ଦିଆଯାଉଥିବା ନଜରକୁ ଆସିଛି । ସେହିପରି କିଛି କର୍ମଚାରୀ ସରକାରୀ ବିଦ୍ୟୁତ ବ୍ୟବହାର କରି ନିଜସ୍ୱ ଇଭି ଗାଡ଼ି ଚାର୍ଜ କରୁଥିବାରୁ ସରକାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡ଼ୁଛି ।

ଅଧିକ ପଢ଼ନ୍ତୁ: ତପ୍ତପାଣିରେ ପହଞ୍ଚିଲେ ରାଷ୍ଟ୍ରପତି; ଅପରାହ୍ଣରେ କରିବେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ


ଏହାଛଡ଼ା ବାରାକରେ ରୋଷେଇ ପାଇଁ ଇଲେକ୍ଟ୍ରିକ୍ ହିଟର ବ୍ୟବହାର ଯୋଗୁଁ ଅଧିକ ବିଦ୍ୟୁତ ଖର୍ଚ୍ଚ ହେବା ସହ ଅଗ୍ନିକାଣ୍ଡ ଭଳି ସୁରକ୍ଷାଜନିତ ବିପଦ ମଧ୍ୟ ସୃଷ୍ଟି ହେଉଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପରିସ୍ଥିତିରେ ସମସ୍ତ ପୋଲିସ ପ୍ରତିଷ୍ଠାନ ମୁଖ୍ୟଙ୍କୁ ତୁରନ୍ତ ନିଜ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ ଯାଞ୍ଚ କରି ବେଆଇନ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ଏବଂ ଅଫିସ୍ ବିଦ୍ୟୁତର ଅନୁମତି ବିନା ବ୍ୟବହାରକୁ ବନ୍ଦ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ ପ୍ରଚଳିତ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଡ଼ିଶା ପୋଲିସ ସ୍ପଷ୍ଟ କରିଛି ।