Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

Manini Pattanayak
Browse all articles by Manini Pattanayak
·2 years ago·1 min read
ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

ବ୍ରହ୍ମପର:  ଦିର୍ଘ ବର୍ଷ ଧରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟଳୟରେ କାମ କରୁଥିବା ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତି ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନେ। ଅଭିଯୋଗ ହେଲା ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତର ପିଅନ, ଝାଡୁଦାର ଓ ରାତ୍ର ଜଗୁଆଳି ଭାବେ ବହୁତ ଦିନରୁ ସ୍ବଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି ।

ଯାହା ପରିବାର ପ୍ରତି ପୋଷଣ କରିବା କଷ୍ଟକର ହେଉଅଛି। ଓଡିଶା ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଆମ୍ଭେମାନେ ସୁଚାରୁ ରୁପେ ତୁଲାଇ ଆସୁଅଛୁ । କିନ୍ତୁ ଓଡିଶା ସରକାର ଆମ୍ଭେମାନଙ୍କୁ ବୈମାତୃକ ମନଭାବ ରଖ୍ ସରକାରୀ ଭାବେ ଗ୍ରହଣ କରୁ ନାହାନ୍ତି ବା ଦରମାକୁ ବୃଦ୍ଧି କରୁନାହାନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ନିର୍ବାଚନ ମଣ୍ଡଳୀର ହୋଇଥିଲେ ସୁଦ୍ଧା ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ କଥା ବୁଝୁନାହାନ୍ତି ବୋଲି କହିଛନ୍ତି କର୍ମଚାରୀ ମାନେ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Class IV employees are ignored by the state government | Argus News