Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ଉଠବସ ସମୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ହୃଦଘାତରେ ମୃତ୍ୟୁ

ଉଠବସ ସମୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ହୃଦଘାତରେ ମୃତ୍ୟୁ

By: Swayangprajna Mishra

Odisha, Crime| Wed, Nov 22 | 3:11 am

ଉଠବସ ସମୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ହୃଦଘାତରେ ମୃତ୍ୟୁ

ଯାଜପୁର :  କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁତ୍ର ରୁଦ୍ର ନାରାୟଣ ସେଠୀ ଓରାଳି ସୂର୍ଯ୍ୟନାରାୟଣ ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀର ଛାତ୍ର। ରୁଦ୍ର ଆଜି ନିୟମିତ ଭାବରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲା । ଗତକାଲି ଅପରାହ୍ନରେ ରୁଦ୍ର ତାର ୪,୫ ଜଣ ସାଙ୍ଗ ପିଲାଙ୍କ ସହିତ ସ୍କୁଲ ହତା ଭିତରେ ଦୌଡୁଥିଲା । ଏହି ଘଟଣା ବିଦ୍ୟାଳୟର  ଶିକ୍ଷକଙ୍କ ଦୃଷ୍ଟି ଗୋଚର ହେବାରୁ ସମ୍ପୃକ୍ତ ଶିକ୍ଷକ ପିଲାମାନଙ୍କୁ ପାଖକୁ ଡାକି ପାଠ ସମ୍ବନ୍ଧରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ପିଲାମାନେ ଉତ୍ତର 

ଅଧିକ ପଢନ୍ତୁ : ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଆହତ

 ଦେଇପାରିନଥିଲେ । ସମ୍ପୃକ୍ତ ଶିକ୍ଷକ ଜଣକ ପିଲାମାନଙ୍କୁ ଉଠବସ ହେବା ପାଇଁ କ‌ହିଥିଲେ । ୪/୫ ଜଣ ପିଲା ଉଠବସ ହେବା ସମୟରେ ମାତ୍ର ଦୁଇଥର ଉଠବସ ହୋଇ  ରୁଦ୍ର ବେହୋସ ହୋଇ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ଶିକ୍ଷକ ରୁଦ୍ରର ପିତାଙ୍କ ନିକଟକୁ ଖବର ଦେଇଥିଲେ । ପରେ ରୁଦ୍ରକୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ମନ ନବୁଝିବାରୁ ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତି କରିଥିଲେ । ବଡ ମେଡିକାଲର ବିଭାଗୀୟ ଡାକ୍ତର ରୁଦ୍ରର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।

Sponsored By!

Related Articles :