|
logo
Live

Argus News - ପୁରୁଣା ଟିଣ ଘରେ ଏବେ ବି ଚାଲିଛି କ୍ଲାସ୍

Odisha

ପୁରୁଣା ଟିଣ ଘରେ ଏବେ ବି ଚାଲିଛି କ୍ଲାସ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୁରୁଣା ଟିଣ ଘରେ ଏବେ ବି ଚାଲିଛି କ୍ଲାସ୍

ଅର୍ଗସ ବ୍ୟୁରୋ:  ବିଜେଡି ସରକାରବେଳେ ରାଜ୍ୟରେ କିପରି ଥିଲା ଶିକ୍ଷା ବ୍ୟବସ୍ଥା ।.... ତାର ପୋଲ୍ ଖୋଲିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଯୁଧିଷ୍ଠିର ସରକାରୀ ବିଦ୍ୟାପୀଠ । 2023 ମସିହା ଏପ୍ରିଲ୍ 25ରେ 5T ସ୍କୁଲର ଉଦଘାଟନ କରିଥିଲେ ତତ୍କାଳୀନ ସରକାର । ହେଲେ ଦେଢ ବର୍ଷ ପରେ ବି ସ୍ମାର୍ଟ କ୍ଲାସର ସ୍ବାଦ ଚାଖି ନାହାନ୍ତି ପିଲା ।..... 5T ଅଧୀନରେ ଦୁଇ ତାଲା କୋଠା ନିର୍ମାଣ କରାଯାଇଥିବାବେଳେ ରୂପାନ୍ତିକରଣ ପାଇଁ ଆସିଥିବା 45 ଲକ୍ଷ ଟଙ୍କା, MLA ଓ MP ପାଣ୍ଠିରୁ 15 ଲକ୍ଷ ଟଙ୍କା ମିଶାଇ ସବୁ ଟଙ୍କା ଏହି ବିଲ୍ଡିଂରେ ସାରିଦେଲେ । ତଥାପି ପୁରୁଣା ଟିଣ ଘରେ ଚାଲିଛି କ୍ଲାସ୍ । ପଡିନି ନୂଆ ଟେବୁଲ୍ କି ଚ୍ୟାର୍ । ବର୍ଷା ହେଲେ ଟିଣରୁ ପାଣି ଗଳୁଛି । ଖରାଦିନେ ଅସହ୍ୟ ଗରମ ହେଉଛି । ଏପରିକି ନବମ ଓ ଦଶମ ଶ୍ରେଣୀରେ 214 ଛାତ୍ର ପାଠ ପଢୁଥିଲେ ସୁଦ୍ଧା ଏଠି କମ୍ପ୍ୟୁଟର ନାହିଁ କି ସାଇନ୍ସ ଲ୍ୟାବ୍ ନାହିଁ । ଏ ଯାଏଁ ଆରମ୍ଭ ହୋଇନି ଇ-ଲାଇବ୍ରେରୀ ।

ଖାଲି ଯୁଧିଷ୍ଠିର ବିଦ୍ୟାପୀଠର ବ୍ୟବସ୍ଥା ଏପରି ତାହା ନୁହେଁ । ନିତ୍ୟାନନ୍ଦ ପଣ୍ଡା ନୋଡାଲ୍ ଉଚ୍ଚ ବିଦ୍ୟଳୟରେ ବି ସମାନ ସ୍ଥିତି । ନାଁକୁ ପୁରୁଣା କାନ୍ଥରେ ରଙ୍ଗ ମାରି ଛାଡି ଦେଇଛନ୍ତି । ଶୌଚାଳୟ କାମ ଅଧପନ୍ତରିଆ, ପିଇବା ପାଣିର ନାହିଁ ସୁବିଧା । କାମ ସବୁ ଅଧ ପନ୍ତରିଆ ରଖି 45 ଲକ୍ଷ ଟଙ୍କାର ବିଲ୍ କରି ନେଇଛନ୍ତି । କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ୱାସ୍ ବେସିନ ନିର୍ମାଣ ହୋଇନି । ଆସିଥିବା ଅଧା ଟଙ୍କା ଖର୍ଚ୍ଚ କରି ଆଉ ଅଧା ଟଙ୍କା କୁଆଡେ ଗଲା ତାର ତଦନ୍ତ କରି କାମ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ଅଭିଭାବକ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, 2022-23 ଅଧ୍ୟୟନ କରୁଥିବା 68 ଜଣ ଛାତ୍ରୀଙ୍କ ସାଇକେଲ ପାଇଁ ଆସିଥିବା 2600 ଟଙ୍କା ପ୍ରଦାନ କରିନି ଶିକ୍ଷା ବିଭାଗ । ଏନେଇ ଛାତ୍ରୀ ଓ ଅଭିଭାବକ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ ଟଙ୍କା ପାଇନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ରୀ ।

5T ଅଧୀନରେ ସ୍କୁଲ୍ ରୂପାନ୍ତରକରଣ ନାଁରେ ଠିକାଦାର୍ ଓ ବ୍ଲକ୍ ପ୍ରଶାସନ ଚଞ୍ଚକତା କରି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ, କ'ଣ 24 ବର୍ଷ ସରକାରରେ ଏୟା ଥିଲା ବିଜେଡିର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ? ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ପୁରୁଣା ଟିଣ ଘରେ ଏବେ ବି ଚାଲିଛି କ୍ଲାସ୍ | Argus News