Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ, ଜାଣନ୍ତୁ ଓଡ଼ିଶାର ଗୌରବମୟ ଇତିହାସ

Odisha

Classical Odia Language Day / ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ, ଜାଣନ୍ତୁ ଓଡ଼ିଶାର ଗୌରବମୟ ଇତିହାସ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ, ଜାଣନ୍ତୁ ଓଡ଼ିଶାର ଗୌରବମୟ ଇତିହାସ
Classical Odia Language Day

Key Points

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
ଓଡ଼ିଆ ପାଇଁ ଗୌରବର ମୁହୂର୍ତ୍ତ
ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା ହେଉଛି ଓଡ଼ିଆ

୨୦୧୪ ମସିହା ମାର୍ଚ୍ଚ ୧୧ରେ ଓଡ଼ିଆଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଅର୍ଥାତ ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା । ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଷଷ୍ଠ ଭାଷା ତଥା ପ୍ରଥମ ଆର୍ଯ୍ୟ ଭାଷା ହୋଇଥିଲା । ତେଣୁ ୨୦୧୫ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରାଯାଉଛି ।
ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ । ଓଡ଼ିଆ ହେଉଛି ଓଡ଼ିଶାର ପ୍ରଶାସନିକ ଭାଷା । ଓଡ଼ିଆ ଭାଷା ଭିତ୍ତିରେ ହିଁ ଓଡ଼ିଶା ପ୍ରଦେଶର ଜନ୍ମ ।

ଭାରତ ସରକାରଙ୍କ ସେ ସମୟର ମାନଦଣ୍ଡ ଅନୁସାରେ ଶାସ୍ତ୍ରୀୟ ଭାଷା ହେବା ପାଇଁ ୧୫୦୦ରୁ ୨୦୦୦ ବର୍ଷର ଐତିହ୍ୟ ଥିବା ଏବଂ ମୌଳିକ ତଥା ଅପ୍ରଭାବିତ ସାହିତ୍ୟ ରଚନାର ପରମ୍ପରା ରହିଥିବା ଆବଶ୍ୟକ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଅଶୋକଙ୍କ ଶିଳାଲେଖରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀର ଜଗନ୍ନାଥ ମନ୍ଦିରର ଜୟବିଜୟ ଶିଳାଲେଖରୁ ଆଦିମ ଓଡ଼ିଆ ଶବ୍ଦ ସଂଗ୍ରହ କରି ଓଡ଼ିଆ ଭାଷାର ପ୍ରାଚୀନତାର ପ୍ରମାଣ ଉପସ୍ଥାପନ କରାଯାଇଥିଲା ।

ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଓ ପରିବ୍ରାଜକମାନଙ୍କ ବିବରଣୀରେ ଉଲ୍ଲେଖ ଥିବା କଳିଙ୍ଗ ଦେଶ ଓ ଉଡ୍ର ଭାଷାର ତଥ୍ୟ ସଂଗ୍ରହ କରି ଓଡ଼ିଆ ଭାଷାର ଐତିହାସିକ ପ୍ରାଚୀନତା ସିଦ୍ଧ କରାଯାଇଥିଲା । ଅପରପକ୍ଷେ ମାଦଳାପାଞ୍ଜି, ରୁଦ୍ର ସୁଧାନିଧି, ବ୍ରତକଥା, ଚର୍ଯ୍ୟାପଦ, ନାଥ ସାହିତ୍ୟ, ମହାଭାରତ, ଜଗମୋହନ ରାମାୟଣ, ଭାଗବତ, ଉପେନ୍ଦ୍ରଙ୍କ ବୈଦେହୀଶ ବିଳାସ, ଗୀତାଭିଧାନ, ଦୀନକୃଷ୍ଣଙ୍କ ରସ କଲ୍ଲୋଳ, ଅଭିମନ୍ୟୁଙ୍କ ବିଦଗ୍ଧ ଚିନ୍ତାମଣି, କବିସୂର୍ଯ୍ୟଙ୍କ ଚମ୍ପୂ ପରି ଓଡ଼ିଆରେ ରଚିତ ମୌଳିକ ସାହିତ୍ୟ କୃତିମାନ ଶାସ୍ତ୍ରୀୟ ମାନ୍ୟତା ପାଇଁ ବିଶେଷ ସହାୟକ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Classical Odia Language Day 2026: Know the Glorious History of Odia | Argus News