Videos
|
Odisha

ଅବପାତ କେଉଁ ଉପକୂଳ ଅତିକ୍ରମ କରିବ ପୂର୍ବାନୁମାନ କରାଯାଇନି : IMD DG

Ritu Das
Browse all articles by Ritu Das
·2 years ago
ଅବପାତ କେଉଁ ଉପକୂଳ ଅତିକ୍ରମ କରିବ ପୂର୍ବାନୁମାନ କରାଯାଇନି : IMD DG

ଅର୍ଗସ ବ୍ୟୁରୋ: ଆଜି ସକାଳେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ପୂର୍ବ ଦିଗରେ ଗତି କରି  ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ।

୨୫ ତାରିଖରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଫଳରେ 30ରୁ 40 km ବେଗରେ ପବନ ବହିବ। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଉଛି। ଯେଉଁ ମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନେ ଫେରି ଆସନ୍ତୁ ବୋଲି କୁହାଯାଇଛି।  ଆସନ୍ତା 26ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ।

25 ଓ 26ତାରିଖରେ ବାଲେଶ୍ୱର ଏବଂ ଭଦ୍ରକରେ ପ୍ରବଳ ବର୍ଷା ହେବା ସହ ଆଖ ପାଖ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଏହା କେଉଁ ଅଞ୍ଚଳରେ ଗତି କରିବ  ତାହା ପରବର୍ତ୍ତୀ ସମୟରେ ଆମେ ସୂଚନା ଦେବୁ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
clear picture | Argus News