Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବଡବାବୁଙ୍କ ଜୁଲମ, କିରାଣୀଙ୍କ ବିରୁଦ୍ଧରେ କରୁଛନ୍ତି ଚକ୍ରାନ୍ତ

Odisha

ବଡବାବୁଙ୍କ ଜୁଲମ, କିରାଣୀଙ୍କ ବିରୁଦ୍ଧରେ କରୁଛନ୍ତି ଚକ୍ରାନ୍ତ

Smruti Parija
Browse all articles by Smruti Parija
·2 years ago
ବଡବାବୁଙ୍କ ଜୁଲମ, କିରାଣୀଙ୍କ ବିରୁଦ୍ଧରେ କରୁଛନ୍ତି ଚକ୍ରାନ୍ତ

କେନ୍ଦ୍ରାପଡା:  ଫାଇଲ୍ ଚିରିଦେଲେ ବଡ଼ବାବୁ, ନିଲମ୍ବିତ ହେଲେ ତଳିଆ କର୍ମଚାରୀ । କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଚାଲାକି । ପୁରା ଘଟଣାର ଅଡିଓ ଭାଇରାଲ । ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ବିଭାଗର ।

ସୂଚନାନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ନିଜେ ଚିରିଦେଇ ଦୋଷ ଲୁଚାଇବାକୁ DSWO ଡିପାର୍ଟମେଣ୍ଟର ଜଣେ କିରାଣୀ ପ୍ରଜ୍ଞା ପାରମିତା ଜେନା ଉପରେ ଦୋଷ ଲଦି ଦେଇଥିଲେ । ଯାହାଫଳରେ ଜିଲ୍ଲାପାଳ ପ୍ରଜ୍ଞା ପାରମିତାଙ୍କୁ ନିଲମ୍ବିତ କରିଥିଲେ । 

ତେବେ ଏଠି ପ୍ରଶ୍ନ ଉଠୁଛି  ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କିଭଳି ଫାଇଲକୁ ଚିରିଦେଇ, ଜଣେ କିରାଣୀଙ୍କୁ ନିଲମ୍ବିତ ହେବାକୁ ବାଧ୍ୟ କରୁଛନ୍ତି । କିରାଣୀ ପ୍ରଜ୍ଞା ପାରମିତାଙ୍କ ସହ ତତ୍କାଳୀନ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶଙ୍କର ଜେନାଙ୍କ ଅଡିଓ ଏବେ ଭାଇରାଲ୍ ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
clerk-suspended-in-Kendrapada District Social Welfare Officer Department | Argus News