Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସରାଏ ବର୍ଷାରେ ବେହାଲ ସାହାଜପାଳ ସାପ୍ତାହିକ ବଜାର  

Manini Pattanayak
Browse all articles by Manini Pattanayak
·1 year ago·1 min read
ଅସରାଏ  ବର୍ଷାରେ ବେହାଲ ସାହାଜପାଳ ସାପ୍ତାହିକ ବଜାର  

ବୌଦ୍ଧ:  ଅସରାଏ ବର୍ଷାରେ ବେହାଲ ସାହାଜପାଳ ସାପ୍ତାହିକ ବଜାର l ବର୍ଷା ପାଣି ଯୋଗୁଁ ପୋଖରୀରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି l ହେଲେ ନଜର ପଡୁନି ବ୍ଲକ ପ୍ରଶାସନର l ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଳ ସାପ୍ତାହିକ ବଜାର ମଧ୍ୟରେ ଜମି ରହୁଛି ବର୍ଷା ପାଣି। ଏହି ପାଣି ଜମି ରହୁଥିବା ଯୋଗୁଁ ବଜାରକୁ ଆସୁଥିବା ବେପାରୀ ମାନେ ପଶରା ବସାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହା ସହିତ ଗ୍ରାହକ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ସାପ୍ତାହିକ ବଜାରରୁ ପଞ୍ଚାୟତ ମୋଟା ଅଙ୍କର ଅର୍ଥ ସଂଗ୍ରହ କରୁଛି l ହେଲେ ପଞ୍ଚାୟତ ପକ୍ଷରୁ ଏହାର ସମାଧାନ କରିବାରେ ଅସମର୍ଥ l  ଖାଲି ସେତିକି ନୁହେଁ ବଜାର ପାଖରେ ଥିବା ଅଳିଆ ଆବର୍ଜନା ପଡି ରହିଛି ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖା ଦେଇଛି। ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ନଜର ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Close boudh Sahajpal weekly market for rain | Argus News