Videos
|
Odisha

ପଶ୍ଚିମାଝଡ ପ୍ରଭାବ, ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

Smruti Parija
Browse all articles by Smruti Parija
·2 years ago·2 min read
ପଶ୍ଚିମାଝଡ ପ୍ରଭାବ, ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର: ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ତେବେ ଆଜି କେତକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ ବିଶେଷ କରି ମଧ୍ୟ ଭାଗର ଜିଲ୍ଲାଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ଏକ ନିମ୍ନ ଚାପରେଖା ଛତିଶଗଡ଼ରୁ ବାହାରି କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ  ବାୟୁ ମଣ୍ଡଳର ଉପରି ଭାଗରେ ପଶ୍ଚିମା ବାୟୁର ଏକ ନିମ୍ନ ଚାପରେଖା ରହୁଛି । ପାଣିପାଗର ଏହି ଦୁଇ ନିୟାମକକୁ  ନେଇ  ବଙ୍ଗୋପସାଗର ଦେଇ ଜଳୀୟବାଷ୍ପ ପୁର୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । 

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା  ଓ ତାର ପାଶ୍ୱବର୍ତୀ ଜିଲ୍ଲାଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି । ସୋନପୁର ବଲାଙ୍ଗୀର କନ୍ଧମା ବୌଦ୍ଧ ନୟାଗଡ ପୁରୀ ଗଂଜାମ  ଖୋର୍ଦ୍ଧା କଳାହାଣ୍ଡି ଗଜପତି ରାୟଗଡା ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି  ଆସନ୍ତାକାଲି ଉତ୍ତର ଅଭ୍ୟନ୍ତର ଓ ତାର  ପାଶ୍ୱବର୍ତୀ ଅଂଚଳରେ ଗୋଟିଏ କିମ୍ବା  ଦୁଇଟି ସ୍ଥାନରେ  ହାଲୁକା  ଓ ମଧ୍ୟମ  ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ। ୨୭ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ରାତ୍ରି ଓ ଦିନର ତାପମାତ୍ରା ୨୯ ତାରିଖ  ଯାଏ ମଧ୍ୟ  ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ବିଭାଗ ଆକଳନ କରିଛି ।  

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ମଧ୍ୟମଧରଣର ବର୍ଷା ରେକର୍ଡ  କରାଯାଇଛି। ଦୁଇଟି  ସ୍ଥାନରେ  ଭାରୀ ବର୍ଷା ମଧ୍ୟ  ରେକର୍ଡ କରାଯାଇଛି।ଖୋର୍ଦ୍ଧା ଜିଲ୍ଲାର ବାଣପୁର ଠାରେ ୧୦୫.୦ ମିମି ଓ ଗଂଜାମ ର ବେଲଗୁଣ୍ଠାରେ ୯୬.୬ ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଖୋର୍ଦ୍ଧା ଚିଲିକାରେ ୫୪.0 ଓ ଗଂଜାମ ର ବୁଗୁଡ଼ାରେ ୪୮.0  ମିମି ବର୍ଷା ରେକର୍ଡ  କରାଯାଇଛି। ସେହିପରି ରାଜ୍ୟରେ ସର୍ବୋଚ୍ଚ ତାମମାତ୍ରା  ଟିଟିଲାଗଡ଼ ଓ ମାଲକାଗିରିରେ ୩୫.୦ ଡ଼ିଗ୍ରୀ ରହିଥିବା  ବେଳେ ସର୍ବନିମ୍ନ କୋରାପୁଟ ରେ ୧୪.3  ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...