Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Kishan Assistance / ଆସନ୍ତା କାଲି ଚାଷୀ ପାଇବେ ସିଏମ୍ - କିସାନ ସହାୟତା ରାଶି

Bikash Mohanty
Browse all articles by Bikash Mohanty
·2 months ago·2 min read
ଆସନ୍ତା କାଲି ଚାଷୀ ପାଇବେ ସିଏମ୍ - କିସାନ ସହାୟତା ରାଶି
Farmer

Key Points

ଆସନ୍ତାକାଲି ଚାଷୀ ପାଇବେ ଟଙ୍କା
ଚାଷୀଙ୍କୁ ସିଏମ୍ - କିସାନ ସହାୟତା ରାଶି ପ୍ରଦାନ କରାଯିବ
ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର, ୧୯/୦୪: ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ହେବ। ଏହି ଦିନ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ଯୋଗ୍ୟ ଚାଷୀଙ୍କୁ ସିଏମ୍ - କିସାନ ସହାୟତା ରାଶି ପ୍ରଦାନ କରାଯିବ। କଟକର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରଦାନ କରାଯିବ। ଏହି ଅବସରରେ ରାଜ୍ୟର ୪୧ ଲକ୍ଷ ୬୮ ହଜାର ୫୮୨ ଜଣ ଚାଷୀଙ୍କୁ ଖରିଫ ସହାୟତା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,ନବରଂଗପୁରରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣ ଚନ୍ଦ୍ର ପାତ୍ର,ଖୋର୍ଦ୍ଦାରେ ପୃଥ୍ବୀରାଜ ହରିଚନ୍ଦନ,ବାଲେଶ୍ବରରେ ମୁକେଶ ମହାଲିଙ୍ଗ,ଗଞ୍ଜାମରେ ବିଭୁତି ଭୁଷଣ ଜେନା, ମୟୁରଭଞ୍ଜରେ କୃଷ୍ଣ ଚନ୍ଦ୍ର ମହାପାତ୍ର, କେଉଁଝରରେ ଗଣେଶରାମସିଂ ଖୁଣ୍ଟିଆ, ଭଦ୍ରକରେ ପ୍ରଦୀପ ବଳ ସାମନ୍ତ ଓ ନୟାଗଡ଼ରେ ଗୋକୁଳାନନ୍ଦ ମଲ୍ଳିକ ଯୋଗଦେବେ।

ସେପଟେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୨ଟି କିସ୍ତି ଦିଆଯାଇଛି । ଏହି ଯୋଜନାର ୨୨ତମ କିସ୍ତି ୧୩ ମାର୍ଚ୍ଚ, ୨୦୨୬ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା, ଏବଂ ବର୍ତ୍ତମାନ ଚାଷୀମାନେ ୨୩ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ଯାହା ଜୁଲାଇ ୨୦୨୬ ରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇପାରେ।

ପଢନ୍ତୁ ଏହି ଖବର: ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ, କେନ୍ଦ୍ର ସରକାର ତିନୋଟି କିସ୍ତିରେ ଚାଷୀମାନଙ୍କୁ ୬,୦୦୦ ବାର୍ଷିକ ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ । ଯେଉଁ ଚାଷୀମାନଙ୍କର ନାମ ଏପର୍ଯ୍ୟନ୍ତ ହିତାଧିକାରୀ ତାଲିକାରେ ନାହିଁ, ସେମାନେ ଆବେଦନ କରିପାରିବେ । ଆବେଦନ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟରେ କରାଯାଇପାରିବ । ଯେଉଁମାନେ ଅନଲାଇନରେ ଅବେଦନ କରିବାକୁ ଚାହୁଁଛନ୍ତି ସେମାନେ ସର୍ବପ୍ରଥମେ ସରକାରୀ ୱେବସାଇଟ୍ pmkisan.gov.inକୁ ଯାଇ ନୂତନ ଚାଷୀ ପଞ୍ଜୀକରଣ ଉପରେ କ୍ଲିକ୍ କରିବେ ଓ ଅନୁରୋଧିତ ସୂଚନାକୁ ସଠିକ୍ ଭାବରେ ପୂରଣ କରିବେ।

ଫର୍ମ ଦାଖଲ ହେବା ପରେ, ଏହା ଯାଞ୍ଚ ପାଇଁ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିକଟକୁ ଯାଏ । ଚାଷୀମାନେ ଚାହିଁଲେ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ମଧ୍ୟ କରିପାରିବେ ।
ଯେଉଁମାନେ ଅଫଲାଇନରେ ଅବେଦନ କରିବାକୁ ଚାହୁଁଛନ୍ତି ସେମାନେ ନିକଟସ୍ଥ CSC କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ଓ ଜିଲ୍ଲା ସ୍ତରରେ ଅଭିଯୋଗ ସମାଧାନ କମିଟି ସହିତ ମଧ୍ୟ ଯୋଗାଯୋଗ କରିପାରିବେ । ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ହେଲା ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ପାସବୁକ୍,ମୋବାଇଲ୍ ନମ୍ବର , IFSC/MICR କୋଡ୍ , ଜନ୍ମ ତାରିଖ ଏବଂ ପରିବାରର ସୂଚନା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Kishan Assistance | CM Kisan Assistance Distributed to Farmers on Krushak Diwas | Argus News